ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଖୋଲି ଏହା ଭିତରେ ଥିବା ଅଳଙ୍କାର ଓ ଅନ୍ୟ ଜିନିଷ ଗଣନା ପାଇଁ ଉଚ୍ଚ ସ୍ତରୀୟ କମିଟି ଅଧକ୍ଷାଙ୍କୁ ୪ ସପ୍ତାହ ଭିତରେ ନିଯୁକ୍ତ କରାଯିବ। ହାଇକୋର୍ଟ ବା ସୁପ୍ରିମକୋର୍ଟର ଅବସର ପ୍ରାପ୍ତ ବିଚାରପତିଙ୍କୁ ଅଧକ୍ଷ କରାଯିବ। ହାଇକୋର୍ଟଙ୍କୁ ସରକାର ଏ ନେଇ ଆଜି ଅବଗତ କରିଛନ୍ତି। ସେପ୍ଟେମ୍ୱର ୨୯ର ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସମୀର ମହାନ୍ତି ଏକ ଅନ୍ତରୀଣ ଆବେଦନ କରିଥିଲେ। ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।