Fri. Nov 22nd, 2024

ଅଗଷ୍ଟରେ ପୁଣି ବଢିଚାଲିଛି ଦେଶର ବେକାରି ହାର

1 min read
Spread the love

ନୂଆଦିଲ୍ଲୀ : ଜୁନ ଓ ଜୁଲାଇ ମାସରେ ଭାରତର ବେକାରି ହାର ହ୍ରାସ ପାଇବା ପରେ ଅଗଷ୍ଟ ମାସରେ ପୁଣି ଥରେ ବୃଦ୍ଧି ପାଇଛି । ସେଣ୍ଟର ଅଫ ମିନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ) ପକ୍ଷରୁ ଜାରି ତଥ୍ୟ ଅନୁସାରେ ଅଗଷ୍ଟ ୧୬ରେ ସମାପ୍ତ ସପ୍ତାହରେ ଦେଶର ବେକାରି ହାର ୯.୧ ପ୍ରତିଶତକୁ ବୃଦ୍ଧି ପାଇଛି । ସହରାଞ୍ଚଳରେ ବେକାରି ହାର ୯.୬ ପ୍ରତିଶତ ଥିବାବେଳ ଗ୍ରାମାଞ୍ଚଳରେ ଏହା ୮.୮ ପ୍ରତିଶତ ରହିଛି ।

କରୋନା ମୁକାବିଲା ପାଇଁ ଗତ ଏପ୍ରିଲ ଓ ମେ ମାସରେ ଦେଶର ବେକାରି ହାର ରେକର୍ଡ ୨୩ ପ୍ରତିଶତକୁ ଟପିଯାଇଥିଲା । କିନ୍ତୁ ଜୁନ ଓ ଜୁଲାଇ ମାସରେ ଲକଡାଉନ କୋହଳ ହେବା ପରେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା । ଏହା ଯୋଗୁଁ ବେକାରି ହାର ହ୍ରାସ ପାଇ ଜୁନରେ ୧୦.୯ ପ୍ରତିଶତ ଓ ଜୁଲାଇରେ ୭.୪ ପ୍ରତିଶତରେ ପହଞ୍ଚିଥିଲା ।ନିକଟରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଥିଲା ଯେ ଲକଡାଉନ ଯୋଗୁଁ ଅର୍ଥନୈତିକ କ୍ଷେତ୍ରରେ ଦେଖାଯାଇଥିବା ଅଚଳାବସ୍ଥା ଯୋଗୁଁ ଭାରତରେ ପ୍ରାୟ ୪୧ ଲକ୍ଷ ଯୁବକଯୁବତୀ ନିଯୁକ୍ତି ହରାଇବେ ।

Copyright © All rights reserved.