Mon. Feb 24th, 2025

ଅପରାହ୍ନ ୩ଟା ଯାଏଁ ବିଧାନସଭା ମୁଲତବୀ

1 min read
Spread the love

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର କିଛି ସମୟ ପରେ ବାଚସ୍ପତି ଗୃହକୁ ଅପରାହ୍ନ ୩ ଟା ଯାଏଁ ମୁଲତବୀ ଘୋଷଣା କରିଥିବା ଜଣାଯାଇଛି। ଦିବଙ୍ଗତ ନେତାଙ୍କ ପାଇଁ ଆଗତ ଶୋକ ପ୍ରସ୍ତାବ ପରେ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ।ଗୃହର ପରମ୍ପରା ମୁତାବକ ଯଦି ଜଣେ ବାଚସ୍ପତିଙ୍କର ମୃତ୍ୟୁ ହୋଇଥାଏ, ତେବେ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବୀ ରଖାଯାଏ, ହେଲେ ଚଳିତ ବିଧାନସଭା କୋଭିଡ କଟକଣା ଭିତରେ ଚାଲୁଥିବାରୁ ବୈଠକର ସମୟ ସୀମା କାଣ୍ଟଛାଣ୍ଟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୩ ଟା ଯାଏ ଗୃହକୁ ମୁଲତବୀ କରାଯାଇଛି। ହେଲେ ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ କରୋନା କଟକଣାକୁ ଦୃଷ୍ଟିରେ ରଖି ଅଧିବେଶନର ଯାହା କାର୍ଯ୍ୟସୂଚୀ ରହିଛି ତାହା ଅନୁଯାୟୀ ଅପରାହ୍ନ ବୈଠକରେ ଆଲୋଚନା ହେବ। ଏଥିସହ ଚଳିତ ଅଧିବେଶନରେ ୨୦୨୦-୨୧ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହୋଇପାରେ।

ସୂଚନାଯୋଗ୍ୟ, ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ଶରତ କରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିଧାନସଭାରେ ଦିବଙ୍ଗତ ବିଧାୟକ ଏବଂ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

Copyright © All rights reserved.