ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ : ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି
1 min read
ସିଡନି : ଆଜି ସିଡନି କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ତୃତୀୟ ତଥା ସିରିଜର ଅନ୍ତିମ ଟି-୨୦ ମ୍ୟାଚ୍। ଭାରତ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବା ବେଳେ ଅଷ୍ଟ୍ରେଲିଆ ଦଳକୁ କ୍ୟାପଟେନ୍ ଆରୋନ୍ ଫିଞ୍ଚ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ମ୍ୟାଚରେ ସେ ଖେଳି ନ ଥିଲେ। ସେହିପରି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସ୍ ଆହତ ହୋଇଥିବା ହେତୁ ଆଜି ଦଳ ପାଇଁ ଖେଳୁନାହାନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ୱେଡ୍ ଓ ଆରୋନ୍ ଫିଞ୍ଚ ବ୍ୟାଟିଂ କରି ଇନିଂସ ଆରମ୍ଭ କରିଥିବା ବେଳେ ଭାରତ ପକ୍ଷରୁ ୱାଶିଂଟନ୍ ସୁନ୍ଦର ଓ ଦୀପକ ଚହର ବୋଲିଂ ଆରମ୍ଭ କରିଥିଲେ।