ଇଞ୍ଜିନିୟରିଙ୍ଗ୍ ଓ ମେଡିକାଲ୍ ପାଠ୍ୟକ୍ରମରେ ସରକାରୀ ହାଇସ୍କୁଲ ଶିକ୍ଷାର୍ଥୀଙ୍କ ଲାଗି ଆସନ ସଂରକ୍ଷଣ ବ୍ୟବସ୍ଥା
1 min readଭୁବନେଶ୍ୱର: ଇଞ୍ଜିନିୟରିଙ୍ଗ୍ ଓ ମେଡିକାଲ୍ ପାଠ୍ୟକ୍ରମରେ ଅଧ୍ୟୟନ ନିମନ୍ତେ ସରକାରୀ ହାଇସ୍କୁଲ୍ରେ ପଢୁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଆସନ ସଂରକ୍ଷଣ ପ୍ରସଙ୍ଗରେ ୨୦୨୦ ଡିସେମ୍ବର ୨୮ରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ସଂକ୍ରାନ୍ତରେ ଆବଶ୍ୟକ ସୁପାରିସ ନିମନ୍ତେ ଓଡ଼ିଶା ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିଛନ୍ତି।
ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ୍ ଏ.କେ. ମିଶ୍ର ଏହି କମିଟିର ଅଧ୍ୟକ୍ଷ ତଥା ମୁଖ୍ୟ ହେବେ।୧୯୫୮ ମସିହାରେ ଯାଜପୁରରେ ଜନ୍ମିତ ଜଷ୍ଟିସ୍ ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିବା ପରେ କଟକସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲ୍ଲ୍ବି ଓ ଏଲ୍ଏଲ୍ଏମ୍ ଡିଗ୍ରି ହାସଲ କରିଥିଲେ। ୨୦୦୨ରେ ସେ ‘ରାଇଟ୍ ଟୁ ସ୍ପିଡି’ ବିଷୟରେ ପିଏଚ୍ଡି ମଧ୍ୟ କରିଥିଲେ।