Mon. Feb 24th, 2025

ଇସ୍ପାତରେ ଭାରତ-ରୁଷିଆ ସମ୍ପର୍କ ଦୃଢ଼ ହେବ

1 min read
Spread the love

ନୂଆଦିଲ୍ଲୀ: ଆଗାମୀ ଦିନରେ ଇସ୍ପାତ ଓ କୋଇଲା କ୍ଷେତ୍ରରେ ଭାରତ ଓ ରୁଷିଆ ଭିତରେ ସମ୍ପର୍କ ଆହୁରି ମଜଭୁତ ହେବ ବୋଲି କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରୁଷିଆର ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା କରିବା ଅବସରରେ ସେ ଏହା କହିଛନ୍ତି। ଆଜି ଉଭୟ ଦେଶର ପ୍ରତିନିଧି ମଣ୍ଡଳୀ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତ ସମୟରେ ହୋଇଥିବା ବୁଝାମଣାକୁ ଆଗକୁ ବଢ଼ାଇ ନେବା ଏବଂ କୋକିଂ କୋଲ୍ ଆଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ଶ୍ରୀ ପ୍ରଧାନ ଓ ରୁଷିଆର ନିବେଶ ଓ ରପ୍ତାନି ଏଜେନ୍ସିର ସିଇଓ ଲିଓନିଡ ପେତୁକୋଭ ଯୋଗ ଦେଇଥିଲେ। ଶ୍ରୀ ପ୍ରଧାନ କହିଛନ୍ତି, ରୁଷିଆରେ କୋଇଲା ଓ ଅନ୍ୟାନ୍ୟ ଖଣିଜ ପଦାର୍ଥକୁ ନେଇ ବିପୁଳ ସମ୍ଭାବନା ରହିଛି। ଦୁଇ ଦେଶ ଭିତରେ ସହଯୋଗିତା ବଢ଼ିଲେ ଭାରତକୁ କୋକିଂ କୋଲ୍‌ରେ ବିବିଧତା ଆଣିବାରେ ସହାୟକ ହେବ। ଭାରତର ବନ୍ଦର ଓ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଲାଗି ସେ ରୁଷିଆର ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷିଆରେ ଆୟୋଜିତ ପୂର୍ବ ଅର୍ଥନୀତି ଫୋରମ୍‌ରେ ଯୋଗ ଦେଇଥିଲେ। ଏହା ଉଭୟ ଦେଶର ସମ୍ପର୍କକୁ ମଜଭୁତ କରିଥିଲା। ସେହି ସମୟରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।

Copyright © All rights reserved.