ଏଟିଏମ୍ ବଦଳାଇ ସପିଂ; ଜଣେ ଗିରଫ
1 min readଭଞ୍ଜନଗର: ଗଂଜାମ ଜିଲ୍ଲା ତାରସିଂ ଥାନା ଅଧିନ ଗାଲେରୀ ଅଞ୍ଚଳରେ ଏଟିଏମ୍ ବଦଳାଇ ଟଙ୍କା ଉଠାଉଥିବା ଜଣେ ଅଭିଯୁକ୍ତକୁ କାବୁ କରିଛି ପୁଲିସ୍। ଏଟିଏମ୍ ଆସୁଥିବା ଅଶିକ୍ଷିତ ଲୋକ ମାନଙ୍କୁ ଦେଖି ସେମାନଙ୍କ ଫାଇଦା ଉଠାଉଥିଲା। ଏଟିଏମ୍କୁ ଟଙ୍କା ଉଠାଣ ପାଇଁ ଆସୁଥିବା ବୃଦ୍ଧ ଅଶିକ୍ଷିତ ମାନଙ୍କୁ ଦେଖି ସହାୟତା କରିବା ଆଳ ଦେଖାଇ ସେମାନଙ୍କ ଏଟିଏମ୍କୁ ଅନ୍ୟ ଏକ ନକଲି ଏଟିଏମ ସହ କୌଶଳ କ୍ରମେ ବଦଳାଇ ଦେଉଥିଲା। ଏଥିସହ ସେମାନଙ୍କ ଏଟିଏମ୍ ପାସ୍ୱାର୍ଡ ସଂଗ୍ରହ କରି ଟଙ୍କା ଉଠାଇ ନେଇ ଅୟେସ୍ କରୁଥିବା ପୁଲିସ୍ ପ୍ରକାଶ କରିଛି। ଆଜି ପୁଲିସ୍ ଏଟିଏମ୍ ବଦଳାଇ ସପିଂ କରୁଥିବା ଅଭିଯୋଗରେ ଗାଲେରୀ ଗ୍ରାମର ସଞ୍ଜୀବ କୁମାର ମହାରଥାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା ନିକଟରୁ ପୁଲିସ୍ ୪୪ ହଜାର ଟଙ୍କା ଜବତ କରିବା ସହ ତା ନିକଟରୁ ୪ ଗୋଟି ଏଟିମ୍ ମଧ୍ୟ ଜବତ କରିଛି। ଏନେଇ କେସ୍ ନମ୍ବର ୨୭୨/୨୦ ଦଫା ୪୨୦,୩୭୯ ଆଇପିସି/୬୬ ସି,୬୬ ଡି. ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ ଗାଲେରୀ ଗ୍ରାମର ଭଗବାନ ଗୌଡ ଗତ ଶୁକ୍ରବାର ଦିନ ସ୍ଥାନିୟ ଏକ ଏଟିଏମ୍କୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ସେ ଅଶିକ୍ଷିତ ହେବା ସହ ଭଲ ଭାବେ ଏଟିଏମ୍ ବ୍ୟବହାର ଜାଣି ନଥିବାରୁ ସଞ୍ଚିବ୍କୁ ଟଙ୍କା ଉଠାଇବା ନିମନ୍ତେ କହିଥିଲେ। ଏହାର ଫାଇଦା ନେଇ ସଞ୍ଚିବ୍ କୌଶଳ କ୍ରମେ ଭଗବାନଙ୍କ ଠାରୁ ଏଟିଏମ୍ ନମ୍ବର ସଂଗ୍ରହ କରିବା ସହ ତା ନିକଟରେ ଥିବା ଏକ ନକଲି ଏଟିଏମ୍ ଭଗବାନଙ୍କ ଏଟିଏମ୍ ସହ ବଦଳାଇ ଦେଇଥିଲା। ଏହାପରେ ଏଟିଏମ୍ରେ ଟଙ୍କା ନଥିବା କହି ଭଗବାନଙ୍କୁ ଫେରାଇ ଦେଇଥିଲା। ଏହାପରେ ସଞ୍ଚିବ ସେହି ଏଟିଏମ୍ ଦ୍ବାରା ଭଞ୍ଜନଗରର ଏକ ସୁନା ଦୋକନରୁ ୪୬ ହଜାର ଟଙ୍କା ସପିଂ କରିବା ସହ ସପିଂ ମାର୍ଟରୁ ବହୁ ଜିନିଷ ଖରିଦ କରିନେଇଥିଲା। ଗତ ସୋମବାର ଦିନ ଭଗବାନ ବ୍ୟାଙ୍କକୁ ଟଙ୍କା ଆଣିବାକୁ ଯାଇଥିବା ବେଳେ ତାଙ୍କ ଖାତାରେ ଥିବା ୬୫ ହଜାର ଟଙ୍କା କେହି ଉଠାଇ ନେଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ତାରସିଂ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ତଦନ୍ତ କରି ସପିଂ କରିଥିବା ଦୋକନର ଫୁଟେଜ୍ ଆଧାରରେ ସଞ୍ଚିବ୍କୁ ଧରିବାରେ ସକ୍ଷମ ହୋଇଥିଲା। ଆଜି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।