Thu. Nov 21st, 2024

କୋଟିଆ ପ୍ରସଙ୍ଗରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ପିସିସି ସଭାପତି

1 min read
Spread the love

ଭୁବନେଶ୍ବର: କୋଟିଆ ପ୍ରସଙ୍ଗରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ, ନିଜ ଜନ୍ମ ମାଟିକୁ ସୁରକ୍ଷା ଦେଇ ପାରୁନହାନ୍ତି ଏ ସରକାର। କଣ ଆମକୁ ସୁରକ୍ଷା ଦେଇପାରିବେ । ଏହା ହେଉଛି ଓଡିଶାର ଦୁର୍ଭାଗ୍ୟ। କେନ୍ଦ୍ରରେ ବିଜେପି ସରକାର ଥିଲେ ମଧ୍ୟ କିଛି ସାହାଯ୍ୟ କରୁନାହାନ୍ତି। ମାଟିକୁ ରକ୍ଷା କରିବାପାଇଁ ନା ବିଜେଡି ନା ସମର୍ଥ ନା ବିଜେପି ସମର୍ଥ। ଦୁଃଖ ଓ କ୍ଷୋଭର ସହ କହୁଛି, ଉଭୟ ସରକାର ଓଡିଶା ପ୍ରତି ଘୋର ଅନ୍ୟାୟ କରୁଛନ୍ତି। ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ଉଭୟ ସରକାରଙ୍କ ଆନ୍ତରିକତା ନାହିଁ।

ପସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡିଶା ବର୍ତ୍ତମାନ ଦୁର୍ଭାଗ୍ୟ ପରିସ୍ଥିତିରେ ଗତି କରୁଛି। ଛତିଶଗଡ଼ ମହାନଦୀ ପାଣି ନେଇଗଲା। ୨୦୧୧ ବେଳକୁ ବିଧାନସଭାରେ ସରକାର ବକ୍ତବ୍ୟ ରଖିଥିଲେ, ଛତିଶଗଡ଼ ଯେତେ ବ୍ୟାରେଜ କଲେ ମଧ୍ୟ କିଛି ହେବନି। ଏବେ ପରିସ୍ଥିତି କଣ ହେଲା। ଏବେ ନିଜ ଜନ୍ମ ମାଟିକୁ ନେଇଗଲା ତାକୁ ବି ରକ୍ଷା କରିପାରିଲା ନାହିଁ ଏ ସରକାର।୭ଟି ଜିଲ୍ଲା ତାର ୭୬ଟି ସୀମାବର୍ତୀ ଗାଁରେ ବିବାଦ ଚାଲିଛି। ଏ ୨୦ ବର୍ଷ ଭିତରେ କିଛି ପଦକ୍ଷେପ ନେଇ ନାହାନ୍ତି ଏ ସରକାର। କୋଟିଆରେ ପ୍ରଥମ ଥର ପାଇଁ ବିଜ୍ଞପ୍ତି ପ୍ରକାଶ କରି ନିର୍ବାଚନ କରିଦେଲେ। ଆମ ସରକାର କଣ କରୁଥିଲେ। ଯଦି ସୁପ୍ରିମ କୋର୍ଟ ଯିବାର ଥିଲା ୪୨ଦିନ କଣ କରୁଥିଲେ। ସେହି ଅଂଚଳରେ ଯେଉଁ ସବୁ ସୁବିଧା ସୁଯୋଗ ପହଞ୍ଚିବା କଥା ପହଞ୍ଚି ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Copyright © All rights reserved.