କ୍ୟାବିନେଟ ବୈଠକରେ ୨୦ଟି ପ୍ରସ୍ତାବକୁ ଅନୁମୋଦନ
1 min read
ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ଶେଷ ହୋଇଛି। ଏହି ବୈଠକରେ ୨୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ରହିଛି। ପଞ୍ଚାୟତିରାଜ ବିଭାଗର ୭ଟି ଓ ଅର୍ଥ ବିଭାଗର ଗୋଟିଏ ପ୍ରସ୍ତାବ ଅନୁମୋଦିତ ହୋଇଥିବା ବେଳେ ଉଚ୍ଚଶିକ୍ଷା, ସ୍ବାସ୍ଥ୍ୟ ଓ ବୈଷୟିକ ଶିକ୍ଷା ବିଭାଗର ଗୋଟିଏ ଲେଖାଏଁ ଏବଂ ଶିଳ୍ପ ବିଭାଗର ୨ଟି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଥିବା ଜଣାପଡ଼ିଛି।