Mon. Feb 24th, 2025

ଚାଷୀଙ୍କୁ ଠକୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର : ନରସିଂହ

1 min read
Spread the love

ବଲାଙ୍ଗୀର : ଚାଷୀ ଆନ୍ଦୋଳନ ପଞ୍ଜାବ, ହରିୟାନାରେ ଚରମସୀମାରେ ପହଞ୍ଚିଛି। କେନ୍ଦ୍ର ଗୋଟିଏ ପରେ ଗୋଟିଏ ମିଛ କହି ଚାଷୀଙ୍କୁ ଠକୁଛି। ରାଜ୍ୟ ସରକାର ବି ଚାଷୀଙ୍କୁ ମିଛ କହିଚାଲିଛନ୍ତି। ‘ବେସରମି କି ବି କୋଇ ହଦ୍‌ ହୋତି ହେ’ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ସର୍କିଟ ହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୋମବାର କହିଛନ୍ତି।

ସେ କହିଛନ୍ତି, ସ୍ୱାମୀନାଥନ କମିସନ ସୁପାରିସ ଅନୁସାରେ ଚାଷୀମାନେ କ୍ୱିଣ୍ଟାଲ ପ୍ରତି ଅମଳରେ ହୋଇଥିବା ଖର୍ଚ୍ଚର ଦେଢ଼ଗୁଣା ପାଇବେ। ଏହା ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଲିଖିତ ଭାବେ ଦେଶବାସୀଙ୍କୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ପ୍ରତିଶ୍ରୁତିରୁ ବିରତ ରହିଥିଲା। ଯେତେବେଳେ ସୁପ୍ରିମ କୋର୍ଟରେ ଏହାକୁ ନେଇ ମାମଲା କରାଗଲା ସେତବେଳେ ଲଜ୍ଜାଜନକ ଭାବେ ମୋଦୀ ନେତୃତ୍ୱାଧୀନ କେନ୍ଦ୍ର ସରକାର ସ୍ୱାମୀନାଥନ୍‌ କମିଟି ସୁପାରିସ ଲାଗୁ କରିବା ସମ୍ଭବ ନୁହେଁ ବୋଲି ଉତ୍ତର ରଖିଥିଲେ। ଯଦି ଚାଷୀଙ୍କୁ ତାଙ୍କ ଅମଳର ପ୍ରକୃତ ମୂଲ୍ୟ ଦେବାର ନ ଥିଲା ତେବେ ଲିଖିତ ପ୍ରତିଶ୍ରୁତି ଦେଇ ଚାଷୀ ତଥା ଦେଶବାସୀଙ୍କୁ ଠକୁଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି।

Copyright © All rights reserved.