Mon. Feb 24th, 2025

ଚୀନ୍‌ରୁ ନଇଡ଼ାକୁ ମୋବାଇଲ୍‌ ଓ ଆଇଟି ଡିସ୍‌ପ୍ଲେ କମ୍ପାନି ସ୍ଥାନାନ୍ତର ଲାଗି ଭାରତରେ ୪,୮୨୫ କୋଟି ଟଙ୍କା ବିନିଯୋଗ କରିବ ‘ସାମ୍‌ସଙ୍ଗ୍‌’

1 min read
Spread the love

ନୂଆଦିଲ୍ଲୀ: ଚୀନ୍‌ରୁ ଭାରତକୁ ମୋବାଇଲ୍‌ ଏବଂ ଆଇଟି ଡିସ୍‌ପ୍ଲେ ଉତ୍ପାଦନ କମ୍ପାନି ସ୍ଥାନାନ୍ତର କରିବା ଲାଗି ଦକ୍ଷିଣ କୋରିଆର ‘ସାମ୍‌ସଙ୍ଗ୍‌’ କମ୍ପାନି ଉତ୍ତର ପ୍ରଦେଶରେ ୪,୮୨୫ କୋଟି ଟଙ୍କା ବିନିଯୋଗ କରିବ ବୋଲି ଉତ୍ତର ପ୍ରଦେଶ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି।

ନଇଡ଼ାରେ ଉତ୍ପାଦନ କାରଖାନା ନିର୍ମାଣ କରିବା ଲାଗି ‘ସାମ୍‌ସଙ୍ଗ୍‌ ଡିସ୍‌ପ୍ଲେ ନଇଡ଼ା ପ୍ରାଇଭେଟ୍‌ ଲିମିଟେଡ୍‌’କୁ ବିଶେଷ ପ୍ରୋତ୍ସାହନ ଓ ସୁବିଧା ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିନ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ୍‌ ବୈଠକରେ ସ୍ଥିର କରାଯାଇଥିଲା।ଉତ୍ତର ପ୍ରଦେଶ ସରକାରଙ୍କ ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଏହି ‘ସାମ୍‌ସଙ୍ଗ୍‌ କାରଖାନା’ ହେବ ‘ସାମ୍‌ସଙ୍ଗ୍‌’ର ପ୍ରଥମ ‘ହାଇ-ଟେକ୍ନିକ୍‌ ପ୍ରୋଜେକ୍ଟ୍‌’। ଏହି କାରଖାନା ହେବ ବିଶ୍ୱରେ ଏହି ଧରଣର ତୃତୀୟ କାରଖାନା।ପରୋକ୍ଷ କର୍ମନିଯୁକ୍ତି ବ୍ୟତିରେକେ, ଏଥିରେ ୫୧୦ଜଣ ପ୍ରତ୍ୟକ୍ଷ କର୍ମନିଯୁକ୍ତି ପାଇବେ ବୋଲି ଆଶା କରାଯାଉଛି। ନଇଡ଼ାରେ ମଧ୍ୟ ‘ସାମ୍‌ସଙ୍ଗ୍‌’ର ମୋବାଇଲ୍‌ ତିଆରି କାରଖାନା ଅଛି। ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦୀ ତାହାକୁ ଉଦ୍‌ଘାଟନ କରିଥିଲେ।

Copyright © All rights reserved.