ଛାଡ଼ପତ୍ର ପାଇଁ ଅଦାଲତରେ ସ୍ତ୍ରୀ – ସ୍ତ୍ରୀର ସେଲ୍ଫି ନିଶାରେ ବିରକ୍ତ ହୋଇ ସ୍ମାର୍ଟଫୋନ ଛଡ଼ାଇ ନେଲା ସ୍ୱାମୀ
1 min read
ଭୋପାଲ : ଭୋପାଲରେ ଥିବା ପରିବାର ଅଦାଲତରେ ଏକ ଅଜବ ଘଟଣା ଘଟିଥିବା ଜଣାପଡ଼ିଛି । ସାମାନ୍ୟ ମୋବାଇଲ ଫୋନ ପାଇଁ ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ଅଲଗା ହେଉଥିବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ୱାମୀ ସ୍ମାର୍ଟଫୋନ ନ ଦେଇ ଫିଚର ଫୋନ ଦେଇଥିବାରୁ ସ୍ତ୍ରୀ ଛାଡ଼ପତ୍ର ନେବା ପାଇଁ ଚାହୁଁଥିବା ବେଳେ ସ୍ତ୍ରୀର ସେଲ୍ଫି ନେବା ନିଶା ପାଇଁ ମୁଁ ଏପରି କରିଥିବା କହିଥିଲା ସ୍ୱାମୀ। ସ୍ତ୍ରୀର ସେଲ୍ଫି ନିଶା ପାଇଁ ଘରେ ଠିକ୍ ସମୟରେ ଖାଇବା ତିଆରି ନ ହେବା ସହ ସମସ୍ତେ ଅଶାନ୍ତି ହେଉଥିଲେ । ଯାହା ପାଇଁ ମୁଁ ତାଙ୍କ ଠାରୁ ସ୍ମାର୍ଟଫୋନ ଛଡ଼ାଇ ଆଣି ଫିଚର ଫୋନ ଦେଇଥିଲି ବୋଲି ସ୍ୱାମୀ ପରିବାର ଅଦାଲତରେ ଜଣାଇଥିଲେ ।
ସୂଚନା ମୁତାବକ,ଭୋପାଲରେ ଥିବା ଆର୍ଏନ୍ ଚନ୍ଦ୍ର ଅଦାଲତରେ ସ୍ୱାମୀ-ସ୍ତ୍ରୀ ଝଗଡ଼ାର ଏକ ଅଜବ ମାମଲା ପହଞ୍ଚିଥିଲା । ସ୍ତ୍ରୀ ସ୍ୱାମୀଠାରୁ ଅଲଗା ହୋଇ ଭରଣ ପୋଷଣର ଦାବି କରିଥିବା ବେଳେ ସ୍ୱାମୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲା । ପ୍ରକୃତ ମାମଲା କ’ଣ ତାହା ଜାଣିବା ପାଇଁ ଅଦାଲତ ସଙ୍ଗୀତା ରଜାନୀଙ୍କୁ କାଉନ୍ସେଲିଂ କରିବା ଦାୟିତ୍ୱ ଦେଇଥିଲେ । କାଉନ୍ସେଲିଂ ପରେ ପ୍ରକୃତ କାରଣ ସାମ୍ନାକୁ ଆସିଥିଲା । ସ୍ୱାମୀ ନିଜେ ତ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କିନ୍ତୁ ମୋତେ ଫଚର ଫୋନ ଧରାଇ ଦେଇଛନ୍ତି । ଏହା ସହ ଘର ଲୋକଙ୍କ ସହ ମଧ୍ୟ କଥା ହେବାକୁ ଦେଉ ନାହାନ୍ତି ବୋଲି ସ୍ତ୍ରୀ ଜଣାଇଥିଲା ।

ଏହା ପରେ ସ୍ତ୍ରୀ ବାପ ଘରୁ ସ୍ମାର୍ଟଫୋନ ଆଣିଥିଲେ । କିନ୍ତୁ ଦିନ ସାରା ସେ ଫୋନରେ ସେଲ୍ଫି ନେବା ସହ ହ୍ଵାଟ୍ସଆପ୍ ଏବଂ ଫେସ୍ବୁକ୍ରେ ଦିନ ସାରା ଆକ୍ଟିଭ୍ ରହୁଥିଲେ । ତାଙ୍କର ଏଭଳି ଅଭ୍ୟାସ ପାଇଁ ଘରେ ରୋଷେଇ ହୋଇ ପାରେ ନାହିଁ । ମୋ ବୁଢ଼ା ମାତା-ପିତାଙ୍କୁ ବ୍ରେଡ୍ ଖାଇ ରହିବାକୁ ପଡ଼ୁଥିଲା । ଏଥି ପାଇଁ ସବୁ ବେଳେ ଝଗଡ଼ା ହେଉଥିଲେ । ସବୁଦିନର ସମସ୍ୟାକୁ ଶେଷ କରିବା ପାଇଁ ମୁଁ ଅଲଗା ହେବା ନିଷ୍ପତ୍ତିି ନେଇଛି ।
ସବୁ ଜାଣିବା ପରେ ବିଚାରପତି ସ୍ତ୍ରୀକୁ ପୂରା କାମ କରିବା ପରେ ଫୋନକୁ ହାତ ନ ଲଗାଇବା ପାଇଁ ଉପଦେଶ ଦେବା ସହ ସ୍ୱାମୀକୁ ବିବାହ ବାର୍ଷିକୀରେ ସ୍ତ୍ରୀକୁ ସ୍ମାର୍ଟଫୋନ ଉପହାରରେ ଦେବା ପାଇଁ କହିଥିଲେ । ଶେଷରେ ଦୁହେଁ ବିଚାରପତିଙ୍କ କଥା ମାନି ନେଇଥିବା ବେଳେ ଜାନୁଆରୀ ୧୧ରେ ସ୍ୱାମୀ ନିଜ ସ୍ତ୍ରୀକୁ ଉପହାରରେ ଫୋନ ଦେଇଥିବା ଜଣାପଡ଼ିଛି ।