Fri. Nov 22nd, 2024

ଜିଓକୁ ପୂରିଲା ୪ ବର୍ଷ

1 min read
Spread the love

ଭୁବନେଶ୍ୱର: ଆଜିକୁ ୪ ବର୍ଷ ପୂର୍ବେ ରିଲାଏନ୍ସ ଜିଓ ଭାରତରେ ମୋବାଇଲ ସେବା ଆରମ୍ଭ କରିଥିଲା । ତେବେ ସେତେବେଳେ ବହୁତ କମ ଲୋକ ଭାବିଥିବେ କି ଜିଓ ଚାରି ବର୍ଷ ଭିତରେ ଭାରତରେ ଡାଟା ବ୍ୟବହାର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସମର୍ଥ ହେବ ବୋଲି। ଏରିକ୍‌ସନ୍ ମୋବିଲିଟିର ଏକ ରିପୋର୍ଟ ଅନୂଯାୟୀ ୨୦୧୫ରେ ଭାରତର ମୋବାଇଲ୍ ଡାଟା ଟ୍ରାଫିକ ମାସକୁ ୩୦ ଜିବି ରହିଥିବା ବେଳେ ୨୦୨୦ରେ ଏହା ୧୯୦୦ ପ୍ରତିଶତ ବୃଦ୍ଧି ପାଇ ମାସକୁ ୬୦୦ କୋଟି ଜିବିରେ ପହଞ୍ଚିଛି ।

ଏହି ଚାରି ବର୍ଷ ମଧ୍ୟରେ ଜିଓ ଭାରତରେ ୪୦ କୋଟି ମୋବାଇଲ ଗ୍ରାହକ ହାସଲ କରିବା ସହ ବର୍ତ୍ତମାନ ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ସେହିଭଳି ଏକ ଜିବି ଡାଟାର ମୂଲ୍ୟ ୨୦୧୬ରେ ୧୮୫ରୁ ୨୦୦ ଟଙ୍କା ମଧ୍ୟରେ ରହିଥିବା ବେଳେ ଟ୍ରାଇର ଟେଲିକମ୍ କ୍ଷେତ୍ରର ପ୍ରଦର୍ଶନ ରିପୋର୍ଟ ଅନୁଯାୟୀ ଏହା ପ୍ରାୟ ଜିବି ପ୍ରତି ୧୨ ଟଙ୍କାରେ ପହଞ୍ଚିଛି । ସେହିଭଳି ଭଏସ୍ କଲ୍‌ରେ ମଧ୍ୟ ଦୁଇଗୁଣ ବୃଦ୍ଧି ଘଟି ଏହା ପ୍ରିତ ଉପଭୋକ୍ତା ପିଛା ମାସକୁ ୩୬୬ ମିନିଟ୍‌ରୁ ବୃଦ୍ଧି ପାଇ ୭୧୨ ମିନିଟ୍‌ରେ ପହଞ୍ଚିଥିବା ଟ୍ରାଇ ରିପୋର୍ଟରୁ ଜଣାପଡିଛି ।କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଶସ୍ତା ଡାଟା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି । ୱାର୍କ ଫ୍ରମ୍ ହୋମ୍ ହେଉ କିମ୍ବା ଅନଲାଇନ କ୍ଲାସ ଅଥବା ଅନଲାଇନ ସପିଂ ସବୁଥିରେ ସହାୟକ ହୋଇଛି ମୋବାଇଲ ଡାଟା ।

Copyright © All rights reserved.