Mon. Feb 24th, 2025

ଟିକା ନେବାକୁ ଦ୍ୱନ୍ଦ୍ୱରେ ନେତା:ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିଅନ୍ତୁ ଟିକା

1 min read
Spread the love

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଓଡ଼ିଶାକୁ ଟିକା ଆସିବ । ଟିକାକରଣ ପାଇଁ ସବୁ କିଛି ପ୍ରସ୍ତୁତି ବି ସରିଛି । ଆଉ ଯେତେବେଳେ ପ୍ରଶ୍ନ କରାଯାଉଛି, ଆପଣ ଟିକା ନେବେ ନା ନାହିଁ, ନେତାଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କରୋନା ଟିକାକୁ ନେଇ ସାରା ବିଶ୍ୱ ସନ୍ଦେହ କରୁଛି ବୋଲି କହିବା ସହ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଟିକା ନିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ସମାନ ଢ଼ଙ୍ଗରେ ଟିକାକୁ ନେଇ କହିଛନ୍ତି ଯେ, ଟିକା ଆସିଲେ ଚିନ୍ତା କରିବୁ ।

କଂଗ୍ରେସ ବିଧାୟକଙ୍କ ଏହି ବୟାନରୁ ଯେଉଁ କଥାଟି ସ୍ପଷ୍ଟ ବାରି ହେଉଛି, ତାହା ହେଉଛି ଟିକାକୁ ନେଇ ସନ୍ଦେହ । ଟିକାକୁ ନେଇ ସାରା ଦେଶରେ ଉତ୍ସାହ ଥିବା ବେଳେ ଟିକାକରଣକୁ ନେଇ ବିଧାୟକ ସୁର ରାଉତରାୟଙ୍କ ସନ୍ଦେହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କଂଗ୍ରେସ ବିଧାୟକ କହୁଛନ୍ତି, ପ୍ରଥମେ ପ୍ରଧାନମନ୍ତ୍ରୀ, ଦ୍ୱିତୀୟରେ ମୁଖ୍ୟମନ୍ତ୍ରୀ, ତୃତୀୟରେ ତାଙ୍କୁ ଟିକା ଦେବା ପରେ ସ୍ୱାସ୍ଥ୍ୟକର୍ମୀ ଏବଂ ସର୍ବସାଧାରଣଙ୍କୁ ଦିଆଯାଉ ।କେବଳ ଯେ ସୁର ରାଉରତରାୟ ଟିକାକୁ ନେଇ ଭିନ୍ନମତ ରଖୁଛନ୍ତି ତାହା ନୁହେଁ, ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ନିଜେ ଟିକା ନେବା କଥାକୁ ଏଡାଇ ଯାଇଛନ୍ତି । ଆପଣ ଟିକା ଆସିଲେ ନେବେ କି ବୋଲି ପ୍ରଶ୍ନ କରାଯିବାରୁ ମନ୍ତ୍ରୀ ଉତ୍ତରରେ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଆସିନି, ଆସିଲେ ଚିନ୍ତା କରିବୁ । ସମାନ ଢ଼ଙ୍ଗରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଟିକା ଆସୁ ତା’ପରେ ଦେଖିବା ।ଏସବୁ ଭିତରେ ଆଶ୍ୱସ୍ତିକର ବୟାନଟିଏ ଦେଇଛନ୍ତି ପରିବହନ ମନ୍ତ୍ରୀ । ଟିକାକୁ ନେଇ ଭୟଭୀତ ହେବାର କ’ଣ ଅଛି । ସମସ୍ତେ ନେବେ ଆମେ ବି ନେବୁ । କାରଣ, ବିଭିନ୍ନ ପର୍ଯ୍ୟାୟରେ ଟିକା ପରୀକ୍ଷଣ ହୋଇ ଆସୁଛି, ଅସୁବିଧା କ’ଣ?

Copyright © All rights reserved.