ଦମ୍ ଦେଖେଇଲେ ଦିଦି! ପଛରେ ପଡ଼ିଲେ ମୋଦୀ
1 min readକୋଲକାତା: ପଶ୍ଚିମବଙ୍ଗଳା ବିଧାନସଭାର ୩ଟି ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ପୁଣିଥରେ ନିଜର ଦମ୍ ଦେଖାଇଛନ୍ତି ଦିଦି ମମତା ବାନାର୍ଜୀ। ତିନିରୁ ତିନିଟି ଯାକ ଆସନକୁ ଦିଦିଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ (ଟିଏମ୍ସି) ପୋଛି ନେଇଥିବା ବେଳେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାରତୀୟ ଜନତା ପାର୍ଟି (ବିଜେପି)କୁ ପରାଜୟର ଦ୍ବାର ଦେଖାଇ ଦେଇଛି। ଏଥିସହ ଦିଦିଙ୍କ ଏହି ଅପ୍ରତ୍ୟାଶିତ ସଫଳତା ବିଜେପି ଓ ଏହାର ବରିଷ୍ଠ ନେତା ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ପାଇଁ ଶକ୍ତ ଧକ୍କା ଦେଇଛି। କାରଣ, ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଏହି ଉପ ନିର୍ବାଚନରେ ବିଜୟର ଧାରା ଆରମ୍ଭ କରି ବିଜେପି ପଶ୍ଚିମବଙ୍ଗରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ’ତୋଡ଼ଫୋଡ଼ ରାଜନୀତି’ ସହ ନିଜର ସବୁ କଳ, ବଳ ଓ କୌଶଳ ପ୍ରୟୋଗ କରି ଦେଇଥିଲାା ହେଲେ,
ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗର କାଲିଆଗଞ୍ଜ (ସଂରକ୍ଷିତ), କରିମ୍ପୁର ଓ ଖଡ଼ଗପୁର (ସଦର) ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବା ସହ ଗତ ୨୫ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା। ଏବଂ ଆଜି ଭୋଟ ଗଣତି କରାଯାଇଥିଲା। ଏହି ବିଜୟକୁ ଟିଏମ୍ସି ସୁପ୍ରିମୋ ଦିଦି ପଶ୍ଚିମବଙ୍ଗ ଜନତାଙ୍କ ବିଜୟ ବୋଲି କହିଛନ୍ତି।ଶେଷରେ ଦିଦିଙ୍କ ହାତରେ ଅତି ଶୋଚନୀୟ ଭାବେ କିସ୍ତିମାତ୍ ହୋଇଛି ବିଜେପି।