Mon. Feb 24th, 2025

ଦୈନିକ ୧୫ ମିନିଟ ର ବ୍ୟାୟମ ଦେଶର ଅର୍ଥନୀତି ରେ ଉନ୍ନତି

1 min read
Spread the love

ନୂଆଦିଲ୍ଲୀ: ନିୟମିତ ବ୍ୟାୟାମ କେବଳ ଅାପଣଙ୍କ ଶରୀରକୁ ସୁସ୍ଥ ରଖିବ ନାହିଁ ବରଂ ଦେଶର ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ଏକ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେବ। ଶୁଣିବାକୁ କିଛି ଉଦ୍ଭଟମନେ ହେଉଥିଲେ ସୁଦ୍ଧା ଏହା କହିଛନ୍ତି ଖୋଦ୍‌ ବିଶ୍ବର ବହୁ ଖ୍ୟାତନାମା ଅର୍ଥନୈତିକ ସଂସ୍ଥା। ଯଦି ଲୋକମାନେ ଦୈନିକ ମାତ୍ର ୧୫ ଚାଲିବେ ବା ଜଗିଂ କରିବେ ବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ଗାଇଡ୍‌ଲାଇନ୍‌ରେ ଥିବା କିଛି ବି ବ୍ୟାୟାମ କରିବେ ତେବେ ସେଥିରେ ବିଶ୍ବ ଅର୍ଥନୀତିରେ ବାର୍ଷିକ ୧୦୦ ବିଲିୟନ ଆମେରିକୀୟ ଡଲାରର ଲାଭ ହେବ।

ଯଦି ଲୋକମାନେ ଦୈନିକ ‌େକବଳ ୧୫ ମିନିଟ ପାଇଁ ଚାଲିବେ ବା ୧ କିଲୋମିଟର ଜଗିଂ କରିବେ ତେବେ ସେମାନେ ଶାରିରୀକ ଭାବେ ସୁସ୍ଥ ରହିବେ। ସେମାନଙ୍କ ଆୟୁ ବଢ଼ିବ। ଏଥିସଙ୍ଗେ ସଙ୍ଗେ ସେମାନେ ସେମାନଙ୍କ କାର୍ଯ୍ୟ‌େକ୍ଷତ୍ରରେ ମଧ୍ୟ ଅଧିକ କାର୍ଯ୍ୟକ୍ଷମ ରହିବେ। ଯାହାର ପ୍ରଭାବ ସିଧାସଳଖ ଅର୍ଥନୀତି ଉପରେ ପଡ଼ିବ ବୋଲି କହିଛି ବିଶ୍ବର ଅନ୍ୟତମ ଅଗ୍ରଣୀ ଅର୍ଥନୈତିକ ସଂସ୍ଥା ମନିକଣ୍ଟ୍ରୋଲ।

Copyright © All rights reserved.