Fri. Nov 22nd, 2024

ପିଆଜର ଦରକୁ ନିୟନ୍ତ୍ରଣକୁ ଆଣିବାଲାଗି କେନ୍ଦ୍ର ସରକାର ନେଲେ ପଦକ୍ଷେପ

1 min read
Spread the love

ନୂଆଦିଲ୍ଲୀ: ପିଆଜର ବର୍ଦ୍ଧିତ ଦର ଯୋଗୁଁ ଲୋକେ ବିବ୍ରତ ହେଉଥିବାର ଲକ୍ଷ୍ୟ କରି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ନରେନ୍ଦ୍ର ମୋଦୀ ସରକାର ବିଦେଶରୁ ପିଆଜ ଆମଦାନି କରି ଲୋକଙ୍କୁ ଉଚିତ ମୂଲ୍ୟରେ ପିଆଜ ଦେବାକୁ ଯାଉଥିବାର ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ତୁର୍କୀରୁ ଭାରତକୁ ୧୧ ହଜାର ମିଲିୟନ ଟନ ପିଆଜ ଆମଦାନି କରାଯିବ । କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଯେ, ଏମଏମଟିସିକୁ ୧୧ ହଜାର ମିଲିୟନ ଟନ ପିଆଜ ଆମଦାନି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ସରକାର ମିଶରରୁ ୬୦୯୦ ମିଲିୟନ ଟନ ପିଆଜ ଆମଦାନି କରିଛନ୍ତି । ଏହି ପିଆଜ ଡିସେମ୍ବର ମାସ ଶେଷ ଭାଗରେ ଭାରତରେ ପହଞ୍ଚିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। । ଏହା ପରେ ଲୋକଙ୍କୁ ପିଆଜ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ବୋଲି ବି କୁହାଯାଇଛି ।କେନ୍ଦ୍ରୀୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଲାସ ପାଶୱାନ ଟୁଇଟ କରି କହିଛନ୍ତି ଯେ, କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏମଏମଟିସିକୁ ତୁର୍କୀରୁ ୧୧ ହଜାର ମିଲିୟନ ଟନ ପିଆଜ ଆମଦାନି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପିଆଜ ଡିସେମ୍ବର ଶେଷ ଅଥବା ଜାନୁୟାରୀ ଆରମ୍ଭରେ ପହଞ୍ଚିବ ।

Copyright © All rights reserved.