ପୁଅ ମାଡ଼ରେ ବାପା ମୃତ
1 min read
Two feet of a dead body, with an identification tag. vector drawing. autopsy.
ସମ୍ବଲପୁର : ପୁଅର କାଠପଟା ମାଡ଼ରେ ବାପା ମୃତ। ଏଭଳି ଏକ ଅଭାବନୀୟ ଘଟଣା ଅଇଁଠାପାଲି ଥାନା ଟିପୁପଡ଼ାଠାରେ ଘଟିଛି।ମିଳିଥିବା ସୂଚନା ଅନୁଯାୟୀ ବୁଧବାର ରାତି ୮ଟା ୩୦ ସମୟରେ ବାଲେଶ୍ବର ଖୁଡିଆ(୨୩) କୁସୁନା ପିଇ ନିଜ ଭଉଣୀ ସହ ଝଗଡ଼ା କରିଥିଲା। ଏହି ସମୟରେ ତାର ବାପା ଭଗବାନ ଖୁଡିଆ(୫୫) ଅଟକାଇବାରୁ ତାଙ୍କ ମୁଣ୍ଡକୁ ଏକ କାଠ ପଟାରେ ମାରିଥିଲା। ଏଥିରେ ଭଗବାନ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣାରେ ଅଇଁଠାପାଲି ପୁଲିସ ବାଲେଶ୍ବରକୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି।