ପ୍ରକାଶ ପାଇଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୟୁଜି ଏବଂ ପିଜି ପରୀକ୍ଷାର୍ଥୀଙ୍କ ଟପର୍ ତାଲିକା
1 min readଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୟୁଜି ଏବଂ ପିଜି ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ମାତ୍ର ଟପର୍ ତାଲିକା ପ୍ରକାଶ ପାଇ ନ ଥିବାରୁ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ମଙ୍ଗଳବାର ଟପର୍ ତାଲିକା ପ୍ରକାଶ ପାଇଛି।ୟୁଜି ଶ୍ରେଣୀରେ ଆନ୍ଥ୍ରୋପୋଲୋଜି ବିଭାଗର ଏଲିନା ଗାଏନ, ଅର୍ଥନୀତିରୁ ଅଙ୍କିତା ମହାପାତ୍ର, ଶିକ୍ଷା ବିଭାଗରୁ ଅପର୍ଣ୍ଣା ସାହୁ, ଇଂରାଜିରୁ ପ୍ରାପ୍ତି ପଟ୍ଟନାୟକ, ହିନ୍ଦୀରୁ ମୌସମ ତିୱାରୀ, ଇତିହାସରୁ ଅର୍ପିତା, ହୋମ୍ ସାଇନ୍ସରୁ ବୈଶାଳୀ ଭରଦ୍ବାଜ ଦାଶ, ଲାଇବ୍ରେରି ଆଣ୍ଡ୍ ଇନ୍ଫରମେନ୍ ସାଇନ୍ସରୁ ଦିପ୍ତିମୟୀ ମଲେଇ, ଗଣିତରୁ ଅମ୍ରିତା ପ୍ରିିତମ, ଓଡ଼ିଆରୁ ରଜନୀଗନ୍ଧା ପରିଡ଼ା, ଫିଲୋସଫିରୁ ରଞ୍ଜିତା ସାମନ୍ତରାୟ, ରାଜନୀତି ବିଜ୍ଞାନରୁ ସାଗରିକା ମହାରଣା, ସାଇକୋଲୋଜିରୁ ବୈଷ୍ଣୋବୀ ରଥ, ସଂସ୍କୃତରୁ ରଶ୍ମିତା ପଟ୍ଟନାୟକ, ସୋସିଓଲୋଜିରୁ ଦେବୀଦତ୍ତ ମହାପାତ୍ର, ବାୟୋଟେକ୍ନୋଲୋଜିରୁ ସୌମ୍ୟାଶ୍ରୀ ଦାଶ, ଉଦ୍ଭିଦ ବିଜ୍ଞାନରୁ ଇସ୍ପିତା ପ୍ରିୟଦର୍ଶନୀ, ରସାୟନ ବିଜ୍ଞାନରୁ ଅର୍ପିତା ମହାରଣା, କମ୍ପ୍ୟୁଟର୍ ସାଇନ୍ସରୁ ଅର୍ପିତା ପ୍ରିୟଦର୍ଶନୀ ସାମଲ୍, ଗଣିତରୁ ବିଜୟଲକ୍ଷ୍ମୀ ସାହୁ, ପଦାର୍ଥ ବିଜ୍ଞାନରୁ ଆୟେଶା ମହାନ୍ତି, ଷ୍ଟାଟିଷ୍ଟିକ୍ସରୁ ସ୍ବସ୍ତିକା ମୈତି, ପ୍ରାଣୀ ବିଜ୍ଞାନରୁ କନ୍ୟାକା ଜେନା ଓ ବାଣିଜ୍ୟରୁ ଅନୀତା ଗଜେନ୍ଦ୍ର ଟପର୍ ହୋଇଛନ୍ତି।
ସେହିପରି ପିଜିର ବାୟୋଟେକ୍ନୋଲୋଜି ବିଭାଗରେ ପ୍ୟାରି ପାୟଲ୍ ବେଉରା ଟପର୍ ହୋଇଥିବା ବେଳେ ବାଣିଜ୍ୟରେ ଲକ୍ଷ୍ମୀପ୍ରିୟା ସ୍ବାଇଁ, କମ୍ପ୍ୟୁଟର୍ ସାଇନ୍ସରେ ବିଶାଖା ବିଶ୍ବଦର୍ଶିନୀ ଦାସ, ଅର୍ଥନୀତିରେ ସାଗରିକା ଦାସ, ଶିକ୍ଷା ବିଭାଗରେ ଆକାଂକ୍ଷା ପ୍ରମାଣିକ, ଇଂରାଜୀରେ ତନୟା ଦାସ, ଜେଣ୍ଡର୍ ଷ୍ଟଡିଜ୍ରେ ଶ୍ରେଷ୍ଠା ପାଣି, ହିନ୍ଦୀରେ ଚିନ୍ମୟୀ ରାଉତ, ହୋମ୍ ସାଇନ୍ସରେ ରୋଜା ଘୋଷ, ଲାଇଫ୍ ସାଇନ୍ସରେ ସ୍ବରାଞ୍ଜଳି ଜେନା ଏବଂ ଓଡ଼ିଆରେ ସୋନାଲି ଦାସ ଟପର୍ ହୋଇଛନ୍ତି।