Mon. Feb 24th, 2025

ପ୍ରଥମ ମାସରେ ତେଜସ୍ ରୁ ୭୦ ଲକ୍ଷ ଟଙ୍କାର ଲାଭ

1 min read
Spread the love

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ ପ୍ରଥମ ମାସରେ ପ୍ରାୟ ୭୦ ଲକ୍ଷ ଟଙ୍କାର ଲାଭ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କେବଳ ଟିକଟ ବିକ୍ରିରୁ ପ୍ରାୟ ୩ କୋଟି ୭୦ ଲକ୍ଷ ଟଙ୍କାର ଆୟ ହୋଇଛି।

ସୂଚନାଯୋଗ୍ୟ, ଗତ ମାସ ୪ ତାରିଖ ଦିନ ଲକ୍ଷ୍ନୌ ଓ ନୂଆଦିଲ୍ଲୀ ରାସ୍ତାରେ ଚଳାଚଳ ନିମନ୍ତେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତର ପ୍ରଥମ ଘରୋଇ ଆଂଶିକ ଦ୍ରୁତଗାମୀ ଟ୍ରେନ୍ ‘ତେଜସ୍ ଏକ୍ସପ୍ରେସ’ର ଶୁଭ ଉଦ୍ଘାଟନ କରିଥିଲେ।
ତେଜସ୍ ଏକ୍ସପ୍ରେସ୍ ହେଉଛି ଭାରତୀୟ ରେଳବାଇ ପ୍ରଥମ ଟ୍ରେନ୍ ଯାହା ତା’ର ସହାୟକ ‘ଇଣ୍ଡିଆନ୍ ରେଲ୍େଓ୍ଵଜ୍ କ୍ୟାଟରିଙ୍ଗ୍ ଆଣ୍ଡ୍ ଟୁରିଜମ୍ କର୍ପୋରେସନ୍ (ଆଇଆର୍ସିଟିସି) ଦ୍ୱାରା ଚଳାଚଳ କରିଛି।
ରାଜସ୍ୱ ବଢ଼ାଇବା ନିମନ୍ତେ ରେଳ ମନ୍ତ୍ରାଳୟ ଗ୍ରହଣ କରିଥିବା ୧୦୦ ଦିନିଆ ଆକ୍ସନ୍ ପ୍ଲାନ୍ ଅନୁସାରେ ଘରୋଇ ବ୍ୟବସ୍ଥାକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Copyright © All rights reserved.