Fri. Nov 22nd, 2024

ପ୍ରମାଣ ମିଳିଲେ ରାଜନୀତିରୁ ନେବି ସନ୍ୟାସ : ମହାରଥୀ

1 min read
Spread the love

ଭୁବନେଶ୍ବର: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ନାଁରେ ବିଜେପି ଗତକାଲି ୧୦୦ କୋଟିର ସରକାରୀ ଜମି ହଡପ ଅଭିଯୋଗ ଆଣିବା ପରେ ଆଜି ଏହାର ଜବାବ ରଖିଛନ୍ତି ମହାରଥୀ । ବିଜେପିକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଇ ପ୍ରଦୀପ ମହାରଥୀ କହିଛନ୍ତି, ତାଙ୍କ ନାଁରେ ଉଠିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ଏବଂ ୧୦୦ କୋଟି କ’ଣ ୧୦୦ ଟଙ୍କାର ଜମି ବି ସେ ନିଜ ନାମରେ କରିନାହାନ୍ତି। ଏଥିସହ ପ୍ରଦୀପ ମହାରଥୀ କହିଛନ୍ତି, ସାତ ଥର ବିଧାୟକ ଭାବେ ଜିତିଛି । ଶହେ କୋଟି ତ ଦୂରର କଥା ଶହେ ଟଙ୍କାର ଜମି ଦୁର୍ନୀତି ମୋ ନାଁରେ ନାହିଁ । ପିପିଲି କିମ୍ବା ଡେଲାଙ୍ଗରେ ଯଦି ମୁଁ ଜମି ରେଜିଷ୍ଟ୍ରସନ କରିଥିବା ପ୍ରମାଣିତ ହୁଏ ତେବେ ମୁଁ ବିଧାନସଭା ଆସିବିନି । ରାଜନୀତିରୁ ସନ୍ୟାସ ନେବି ।

ଗତକାଲି ମହାରଥୀଙ୍କ ବିରୋଧରେ ବିଜେପି ସାଂଘାତିକ ଅଭିଯୋଗ ଆଣିଥିଲା । ନିଜ ଫାର୍ମ ହାଉସ ନିକଟରେ ଥିବା ସରକାରୀ ଜମିକୁ ମହାରଥୀ ମାଡି ବସିଥିବା ବିଜେପି ଆରୋପ କରିଥିଲା । ଚଞ୍ଚକତା କରି ୧୦୦ କୋଟିରୁ ଅଧିକ ଟଙ୍କାର ସରକାରୀ ଜମି ଅକ୍ତିଆର କରିଥିବା ପ୍ରେସମିଟ୍ କରି କହିଥିଲେ ଦଳର ନେତା ଗୋଲକ ମହାପାତ୍ର । ଆଉ ଆଜି ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ପ୍ରଦୀପ ମହାରଥୀ ।

Copyright © All rights reserved.