ଫାମିଲି ପେନ୍ସନ୍ ସୀମା ୧,୨୫,୦୦୦ ଟଙ୍କାକୁ ବୃଦ୍ଧି
1 min read
ନୂଆଦିଲ୍ଲୀ : ଫାମିଲି ପେନ୍ସନ୍ ସୀମାକୁ କେନ୍ଦ୍ର ସରକାର ୪୫ ହଜାର ଟଙ୍କାରୁ ବଢ଼ାଇ ୧,୨୫,୦୦୦ ଟଙ୍କା କରିଛନ୍ତି। ପେନ୍ସନ୍ ପ୍ରଶାସନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ର ଉପନିୟମ ୧୧ ଅନୁରୂପ, ଯଦି ସ୍ବାମୀ ଏବଂ ସ୍ତ୍ରୀ ଉଭୟ ସରକାରୀ ଚାକିରିରେ ଅଛନ୍ତି ଏବଂ ଏହି ନିୟମ ଅଧୀନରେ ଆସୁଛନ୍ତି, ତା’ହେଲେ ସେମାନଙ୍କର ପରଲୋକ ସ୍ଥିତିରେ ତାଙ୍କର ଜୀବିତ ସନ୍ତାନ ଓ ମାତାପିତାଙ୍କୁ ଦୁଇଟି କିସ୍ତି ଫ୍ୟାମିଲି ପେନସନ ପାଇବା ଲାଗି ଯୋଗ୍ୟ ହେବେ। ବର୍ତ୍ତମାନ ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁସାରେ ସର୍ବାଧିକ ବେତନ ବୃଦ୍ଧି ପାଇଁ ମାସିକ ଅଢ଼େଇ ଲକ୍ଷ ଟଙ୍କା ହୋଇସାରିଛି। ତେଣୁ ଏହି ଅର୍ଥରାଶି ଅଢ଼େଇ ଲକ୍ଷ ଟଙ୍କାର ୫୦ପ୍ରତିଶତ ଅର୍ଥାତ ୧,୨୫,୦୦୦ ଟଙ୍କା ଏବଂ ୨,୫୦,୦୦୦ ଟଙ୍କାର ୩୦ ପ୍ରତିଶତ ଅର୍ଥାତ୍ ୭୫ ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଛି।