Sun. Feb 23rd, 2025

ବର୍ଷକ ପରେ ବୋଲିଂ କଲେ ପାଣ୍ଡ୍ୟା

1 min read
Spread the love

ସଂପୂର୍ଣ୍ଣ ସୁସ୍ଥ ନଥିବାରୁ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଢେର କିଛି ଦିନ ହେବ ବୋଲିଂ କରୁ ନଥିଲେ। ରବିବାର ମୁକାବିଲାରେ କିନ୍ତୁ ଷଷ୍ଠ ବୋଲରଙ୍କ ଅଭାବକୁ ଅନୁଭବ କରି ସେ ବୋଲିଂ ମଇଦାନକୁ ଓହ୍ଲାଇଥିଲେ। ଅବଶ୍ୟ କେବଳ ବିଶ୍ବକପ୍ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ବୋଲିଂ କରିବେ ବୋଲି ବୋଲିଂ ଜୀବନକୁ ଦୀର୍ଘସ୍ଥାୟୀ କରିବା ଲାଗି ନିଜ ଶୈଳୀରେ କିଛିଟା ପରିବର୍ତ୍ତନ କରିଥିବା ପାଣ୍ଡ୍ୟା ଦୁଇ ଦିନ ତଳେ କହିଥିଲେ। ଆଜିର ସିଡ୍‌ନି ମୁକାବିଲା ଶୃଙ୍ଖଳା ନିର୍ଣ୍ଣାୟକ ହୋଇଥିବାରୁ ଅଧିନାୟକ ବିରାଟ କୋହଲି ଯେତେବେଳେ ତାଙ୍କୁ ବୋଲିଂ କରିବାକୁ କହିଥିଲେ ସେ କିନ୍ତୁ ଆଉ ମନା କରିପାରିନଥିଲେ। ନିଜ ପ୍ରଥମ ଓଭରରେ ମାତ୍ର ୫ ରନ୍ ବ୍ୟୟ କରିଥିଲେ। ମୋଟ ୪ ଓଭର ବୋଲିଂ କରି ୨୪ ରନ୍ ବ୍ୟୟ କରିବା ସହ ଷ୍ଟିଭେନ୍ ସ୍ମିଥ୍‌ଙ୍କ ବହୁମୂଲ୍ୟ ୱିକେଟ୍‌କୁ କରାୟତ୍ତ କରିଥିଲେ ପାଣ୍ଡ୍ୟା। ସୂଚନାଯୋଗ୍ୟ ଯେ ଗତବର୍ଷ ଅକ୍ଟୋବର ମାସରେ ଇଂଲଣ୍ଡରେ ପାଣ୍ଡ୍ୟା‌ଙ୍କର ଅସ୍ତ୍ରୋପଚାର ହୋଇଥିଲା। ୨୦୧୮ ମସିହା ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପରଠାରୁ ସେ ତଳପିଠିରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହି ଅସ୍ତ୍ରୋପଚାର ଯୋଗୁଁ ବର୍ଷକ ପାଇଁ ଖେଳି ପାରିନଥିଲେ ସେ।

Copyright © All rights reserved.