ବିଜେପିରେ ଯୋଗ ଦେଲେ ମଣିପୁର କଂଗ୍ରେସର ୫ ପୂର୍ବତନ ବିଧାୟକ
1 min read
ଭୁବନେଶ୍ୱର : ମଣିପୁର କଂଗ୍ରେସ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିବା ୫ ଜଣ ପୂର୍ବତନ ବିଧାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବ ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବିରେନ୍ ସିଂଙ୍କ ଉପସ୍ଥିତିରେ ଏହି ୫ ଜଣ ପୂର୍ବତନ ବିଧାୟକ ବିଜେପିରେ ସାମିଲ ହୋଇଥିଲେ। ଶ୍ରୀ ପଣ୍ଡା ଏହି ନେତାମାନଙ୍କୁ ଉତ୍ତରୀୟ ଦେଇ ଦଳରେ ସାମିଲ କରିଥିଲେ। ବିଜେପିରେ ଯୋଗ ଦେବା ପରେ ସେମାନେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ।
ସୂଚନାଯୋଗ୍ୟ, ନିକଟରେ ମଣିପୁରରେ ଦେଖା ଦେଇଥିବା ରାଜନୈତିକ ସଂକଟର ସମାଧାନ ପାଇଁ କେନ୍ଦ୍ରୀୟ ନେତୃବୃନ୍ଦ ଶ୍ରୀ ପଣ୍ଡା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଦାୟିତ୍ବ ଦେଇଥିଲେ। ମଣିପୁରରେ ହୋଇଥିବା ଆସ୍ଥା ଭୋଟରେ ବିଜେପି ବିଜୟୀ ହୋଇଥିଲା। ଏହି ବିଧାୟକମାନେ ଆସ୍ଥା ଭୋଟ ଦେବାରୁ ବିରତ ରହିବା ସହ ନିଜ ପଦରୁ ଇସ୍ତଫା ଦେଇଥିଲେ।