Mon. Feb 24th, 2025

ବିଧାନସଭାରେ ନୀତୀଶ-ତେଜସ୍ବୀ ବାକ୍‌ ଯୁଦ୍ଧ

1 min read
Spread the love

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ରାଜ୍ୟ ବିଧାନସଭାରେ ତାଙ୍କ କ୍ରୋଧ ନିୟନ୍ତ୍ରଣ କରିପାରିନଥିଲେ। ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଆଜି ନୀତୀଶଙ୍କ ବିରୋଧରେ କଡ଼ା ମନ୍ତବ୍ୟ ରଖିବା ପରେ ନୀତୀଶ ଅତ୍ୟନ୍ତ କ୍ଷୁବ୍ଧ ହୋଇଯାଇଥିଲେ ଏବଂ ‘ତୁମକୁ ଉପମୁଖ୍ୟମନ୍ତ୍ରୀ କରିଥିଲା କିଏ?’ ବୋଲି ପ୍ରଶ୍ନ କରିଥିଲେ। ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ନୀତୀଶ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସମାଲୋଚନା କରି ଏକ ମନ୍ତବ୍ୟ ରଖିଥିଲେ। ଆର୍‌ଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ବଡ଼ ପରିବାରକୁ ଆକ୍ଷେପ କରି ଲାଲୁ ପୁତ୍ର ସନ୍ତାନ ପ୍ରତି ଅଧିକ ଗୁରୁତ୍ବ ଦେଉଥିଲେ ବୋଲି ନୀତୀଶ ପରୋକ୍ଷରେ କହିଥିଲେ। ଏହି ପ୍ରସଙ୍ଗରେ ଆଜି ତେଜସ୍ବୀ ନୀତୀଶଙ୍କୁ କଡ଼ା ଜବାବ ଦେଇଥିଲେ। ତେଜସ୍ବୀ କହିଥିଲେ, ମୋ ବାପା ମା’ଙ୍କ କନିଷ୍ଠ ଶିଶୁ ଜଣେ କନ୍ୟା ଥିଲା। ମୁଖ୍ୟମନ୍ତ୍ରୀ ନୀତୀଶଙ୍କର ଗୋଟିଏ ସନ୍ତାନ। କନ୍ୟା ସନ୍ତାନ ହେବା ଭୟରେ ସେ କ’ଣ ଦ୍ବିତୀୟ ସନ୍ତାନ ଚାହିନଥିଲେ କି ବୋଲି ‌ତେଜସ୍ବୀ ପ୍ରଶ୍ନ କରିଥିଲେ। ତେଜସ୍ବୀ କହିଛନ୍ତି, ନିର୍ବାଚନ ସମୟରେ ସେ ସାଧାରଣ ପ୍ରସଙ୍କ ଉଠାଇବାକୁ ଚାହିଥିଲେ କିନ୍ତୁ ଏନ୍‌ଡିଏ ବ୍ୟକ୍ତିଗତ ଭାବେ ତାଙ୍କୁ ଆକ୍ରମଣ କରୁଥିଲା।

ତେଜସ୍ବୀଙ୍କର ଏହି ଟିପ୍ପଣୀରେ ନୀତୀଶ କହିଥିଲେ, ମୋ ବନ୍ଧୁଙ୍କର ପୁଅ ହୋଇଥିବାରୁ ମୁଁ ତାଙ୍କ କଥା ଶୁଣୁଥିଲି ଏବଂ କିଛି କହୁନଥିଲି। ତେବେ ତେଜସ୍ବୀଙ୍କ ବିରୋଧରେ ଅଭିଯୋଗ ରହିଥିବା ବେଳେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କିଏ କରିଥିଲା ବୋଲି ସେ ପ୍ରଶ୍ନ କରିଥିଲେ।

Copyright © All rights reserved.