ବିରାଟ କୋହଲି ବିଶ୍ବ କ୍ରିକେଟ୍ରେ ଶକ୍ତିଶାଳୀ: ଟେଲର୍
1 min read
The President, Shri Pranab Mukherjee presenting the Padma Shri Award to Shri Virat Kohli, at a Civil Investiture Ceremony, at Rashtrapati Bhavan, in New Delhi on March 30, 2017.
ମେଲବର୍ନ : ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ବିଶ୍ବ କ୍ରିକେଟର୍ ଜଣେ ଅତି ଶକ୍ତିଶାଳୀ ବ୍ୟକ୍ତି ବୋଲି ଦର୍ଶାଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାର୍କ ଟେଲର୍। କୋହଲିଙ୍କୁ ଜଣେ ଆକ୍ରମଣାତ୍ମକ କ୍ରିକେଟର୍ ଏବଂ ରାଷ୍ଟ୍ରୀୟ ଚେତନାର ସଂଜମି ବ୍ୟକ୍ତି ଭାବେ ମଧ୍ୟ ଅଭିହିତ କରିଛନ୍ତି ଟେଲର୍। ବର୍ଷ ବର୍ଷ ଧରି କୋହଲି ଅନେକ ମ୍ୟାଚ୍ ବିଜୟୀ ପାଳି ଖେଳି ନିଜ ପ୍ରତିଷ୍ଠା ବଢ଼ାଇଛନ୍ତି। ସମ୍ମାନର ସହ ପ୍ରଭାବୀ ବ୍ୟକ୍ତିତ୍ବ ଗଢ଼ିବାରେ ସେ ଦାୟିତ୍ବବାନ ଭୂମିକା ତୁଲାଇଛନ୍ତି ବୋଲି ଟେଲର୍ ପ୍ରକାଶ କରିଛନ୍ତି।
ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳ ଅଧିନାୟକ ଟିମ୍ ପେନ୍ଙ୍କ ମତରେ ଅଷ୍ଟ୍ରେଲୀୟମାନେ କୋହଲିଙ୍କୁ ନେଇ ‘ଧୃବିକରଣ’ ମତ ରଖନ୍ତି। କୋହଲିଙ୍କୁ ପ୍ରତିଦ୍ବନ୍ଦ୍ବୀ ଭାବେ ଅଷ୍ଟ୍ରେଲୀୟମାନେ ଘୃଣା କରିବାକୁ ଭଲ ପାଆନ୍ତି କିନ୍ତୁ ପ୍ରଶଂସକ ଭାବେ ତାଙ୍କ ବ୍ୟାଟିଂ ଦେଖିବାକୁ ପସନ୍ଦ କରିଥାନ୍ତି। ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଅଷ୍ଟ୍ରେଲିଆ ୪ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଏଭଳି ମତ ରଖିଛନ୍ତି ପେନ୍। ସୂଚନାଯୋଗ୍ୟ, ବର୍ଡର-ଗାଭାସ୍କର ଟ୍ରଫିରେ ସବୁ ସମୟରେ ଅନେକ ଉତ୍ତେଜକ ମୁହୂର୍ତ ନଜରକୁ ଆସିଥାଏ। ପଡିଆ ଭିତରେ କୋହଲିଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ଆଚରଣ ସହିତ ପ୍ରଭାବୀ ବ୍ୟାଟିଂକୁ ନେଇ ଅଷ୍ଟ୍ରେଲୀୟମାନେ ଏଭଳି ଭିନ୍ନ ମତ ରଖିବା ସ୍ବାଭାବିକ।ଦୁଇ ବର୍ଷ ତଳେ ଭାରତ ନିକଟରୁ ଘରୋଇ ମାଟିରେ ଟେଷ୍ଟ୍ ଶୃଙ୍ଖଳା ହାରିବା ପରଠାରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲରମାନେ ଉନ୍ନତି କରିଛନ୍ତି ବୋଲି ଦୃଢ଼ ବିଶ୍ବାସ ରଖିଛନ୍ତି ଦଳର ପ୍ରଶିକ୍ଷକ ଜିଷ୍ଟିନ ଲାଙ୍ଗର। ଆଗାମି ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ପେସ୍ ବୋଲରମାନେ ଭାରତକୁ ଅସୁବିଧାରେ ପକାଇବେ ବୋଲି ସେ ମଧ୍ୟ ଆଶାବାଦୀ ଅଛନ୍ତି।