ବ୍ୟାସନଗରରେ ଡକାୟତି, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା
1 min read![](https://www.dailyodiasamachar.com/odia/wp-content/uploads/2020/10/images12-1.jpg)
ଯାଜପୁର: ଗତ ରାତିରେ ଯାଜପୁର ଜିଲ୍ଲା ବ୍ୟାସନଗରରେ ଘଟିଯାଇଛି ଏକ ଡକାୟତି ଘଟଣା । ରାତି ପ୍ରାୟ ୨.୩୦ରେ ପାଞ୍ଚ ଜଣ ଦୁର୍ବୃତ୍ତ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଗ୍ରିଲ୍ ଭାଙ୍ଗି ତାଙ୍କ ଘରେ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଲୁଟେରାମାନଙ୍କ ଆକ୍ରମଣରେ ଘର ମାଲିକ ଗୁରୁତର ଭାବେ ଆହତ ହୋଇଥିବା ଜାଣିବାକୁ ମିଳିଛି । ଆହତ ଜଣକ ହେଉଛନ୍ତି ବିଦ୍ୟାଧର ରାଉତ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ଏକ ଅଫୁଟା ଗୁଳି ଜବତ କରିଛି । ଦୁର୍ବୃତ୍ତମାନେ ପ୍ରାୟ ୩ ଲକ୍ଷ ଟଙ୍କା ସୁନା ସହ କିଛି ନଗଦ ଟଙ୍କା ବି ଲୁଟି ନେଇଛନ୍ତି। ଘର ମାଲିକ ପିନ୍ଧିଥିବା ସୁନା ସହ ତାଙ୍କ ଆଲମାରୀରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ପ୍ରାୟ ୧ ଲକ୍ଷ ଟଙ୍କା ସେମାନେ ଲୁଟି ନେଇଛନ୍ତି ବୋଲି ଘର ମାଲିକ ଅଭିଯୋଗ ଆଣିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ପୁଲିସ୍ ବ୍ୟାସନଗରରୁ ୨ ଜଣ ବଡ଼ ଡକାୟତଙ୍କୁ ଧରିଥିଲା।