Mon. Feb 24th, 2025

ଭାଣିଜୀ ପାଇଁ କାଳ ହେଲା ଦିଅର-ଭାଉଜଙ୍କ ଅବୈଧ ସଂପର୍କ ଚାଲିଗଲା ଜୀବନ

1 min read
Spread the love

ବାଲିଆପାଳ: ଦିଅର-ଭାଉଜଙ୍କ ଅବୈଧ ସଂପର୍କ ଦେଖିବା ଘଟଣା ଭାଣିଜୀ ପାଇଁ କାଳ ହେଲା। ଏଥିଲାଗି ନିଜ ଭାଣିଜୀର ଗଳା କାଟି ହତ୍ୟା କରିଲେ ମାମୁ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଯମ୍ଭୀରାଇ ପଞ୍ଚାୟତର ସୁନ୍ଦରକୁଲି ଗାଁରେ। ଅଭିଯୁକ୍ତ ମାମୁ ଦୀପକ ସାହୁ ଏକଥା ସ୍ବୀକାର କରିଥିବା ଜଣାଯାଇଛି। ସେ ଭାଉଜଙ୍କର ସହାୟତାରେ ଏହି କାଣ୍ଡ ଘଟାଇଥିବା କହିଛନ୍ତି।

ସୂଚନାଯୋଗ୍ୟ, ସୁନ୍ଦରକୁଲି ଗ୍ରାମର ବଳରାମ ପାତ୍ରଙ୍କ ଝିଅ ବିଷ୍ନୁପ୍ରିୟା ଶୁକ୍ରବାର ସକାଳଠାରୁ ନିଖୋଜ ହୋଇଯାଇଥିଲା। ଘରଲୋକ ବହୁ ଖୋଜାଖୋଜି କରିଥିଲେ ବି ବିଷ୍ଣୁପ୍ରିୟାକୁ ପାଇନଥିଲେ। ଶେଷରେ ବାପା ଗତକାଲି ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।ତିନି ଦିନ ତଳେ ନିଖୋଜ ହୋଇଥିବା ସାତ ବର୍ଷର ନାବାଳିକା ବିଷ୍ଣୁପ୍ରିୟାର ମୃତ ଦେହ ଏକ ପୋଖରୀ ହୁଡ଼ାରୁ ଜବତ ହୋଇଥିଲା। ପୁଲିସ ଏହି ଘଟଣାରେ ବିଷ୍ଣୁପ୍ରିୟାର ମାମୁ ଦୀପକ ସାହୁଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ସୁନ୍ଦରକୁଲି ଗାଁରେ ଉତ୍ତେଜନା ଲାଗିରହିଛି। ଏଣେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସେଠାରେ ମୁତୟନ କରାଯାଇଛି।

Copyright © All rights reserved.