ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା, କୀର୍ତ୍ତିମାନ ଦ୍ବାରରେ କୋହଲି
1 min readସିଡ୍ନି: ଏକ ପୂର୍ଣ୍ଣାଙ୍ଗ (ଦିନିକିଆ, ଟ୍ବେଣ୍ଟି-୨୦, ଟେଷ୍ଟ) ଶୃଙ୍ଖଳା ଖେଳିବା ଲାଗି ଭାରତୀୟ ଦଳ ସଂପ୍ରତି ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ନଭେମ୍ବର ୨୭ ତାରିଖରେ ସିଡ୍ନିରେ ପ୍ରଥମ ଦିନିକିଆ ଖେଳି ଭ୍ରମଣକାରୀ ଦଳ ଗସ୍ତ ଆରମ୍ଭ କରିବ। ୩ ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ଶୃଙ୍ଖଳାରେ କିଛି ଭାରତୀୟ ଖେଳାଳି ନୂଆ ବ୍ୟକ୍ତିଗତ କୀର୍ତ୍ତିମାନ କରିବାର ସୁଯୋଗ ରହିଛି। ଏହି ସଂଖ୍ୟା ଗଣିତକୁ ନେଇ ଆମର ଉପସ୍ଥାପନା।
୧୩୩: ୧୩୩ ରନ୍ କରିପାରିଲେ ଭାରତୀୟ ଅଧିନାୟକ ବିରାଟ କୋହଲି (୨୩୯ ପାଳି,୧୧୮୬୭ ରନ୍) ୧୨୦୦୦ ରନ୍ କ୍ଲବ୍ରେ ସାମିଲ ହେବେ। ତିନିଟିଯାକ ମ୍ୟାଚ୍ରେ ଏହା କରିପାରିଲେ କୋହଲି ୧୨୦୦୦ ରନ୍ କ୍ଲବ୍ରେ ସାମିଲ ହେବାରେ ଦ୍ରୁତତମ ହେବେ। ଏହି କୀର୍ତ୍ତିମାନ ସଚିନ ତେନ୍ଦୁଲକର (୩୦୦)ଙ୍କ ନାମରେ ରହିଛି। ତାଙ୍କ ପଛକୁ ରିକି ପଣ୍ଟିଂ (୩୧୪), କୁମାର ସାଙ୍ଗାକାରା (୩୩୬), ସନଥ ଜୟସୂରିୟା (୩୭୯) ଓ ମାହେଲା ଜୟବର୍ଧନେ (୩୯୯) ରହିଛନ୍ତି।୭୦: କୋହଲି (୭୦) ଆଉ ୨ ଶତକ ଅର୍ଜନ କଲେ ଅଷ୍ଟ୍ରେଲିଆର ପଣ୍ଟିଂ (୭୧)ଙ୍କୁ ଟପିଯାଇପାରିବେ। ଏଥିସହ ସେ ତେନ୍ଦୁଲକର (୧୦୦ ଶତକ)ଙ୍କ ପଛକୁ ଦ୍ବିତୀୟରେ ପହଞ୍ଚିଯିବେ। କୋହଲିଙ୍କ ପଛକୁ ସକ୍ରିୟ ବ୍ୟଟ୍ସମ୍ୟାନ୍ଙ୍କ ମଧ୍ୟରେ ଡେଭିଡ ୱାର୍ନର (୪୩) ରହିଛନ୍ତି।୨୬୧: କେଏଲ୍ ରାହୁଲ (୩୧ ପାଳି, ୧୨୩୯ ରନ୍) ଯଦି ୩ ପାଳିରେ ୨୬୧ ରନ୍ କରିପାରନ୍ତି ତାହାଲେ ୧୫୦୦ ରନ୍ କରିବାରେ ସେ କୋହଲି (୩୮ ପାଳି)ଙ୍କଠାରୁ ଦ୍ରୁତତମ ହେବେ।୯: ୧୦୦ ୱିକେଟ୍ଠୁ ୯ ଦୂରରେ ରହିଛନ୍ତି ସ୍ପିନର ୟୁଜବେନ୍ଦ୍ର ଚହଲ (୫୧ ପାଳି, ୯୧ ୱିକେଟ୍)। ଯଦି ୩ ଦିନିକିଆରେ ସେ ଏହି ସଫଳତା ହାସଲ କରିପାରନ୍ତି ତାହାଲେ ଭାରତୀୟ ଭାବେ ଦ୍ରୁତତମ ହେବେ।