Wed. Jan 22nd, 2025

ମହାକାଶରୁ କେଉଁ ଧ୍ବନି ବାହାରୁଛି ? ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

1 min read
Spread the love

ଭୁବନେଶ୍ବର : ପୂର୍ବରୁ ଧାରଣା ଥିଲା ଯେ ମହାକାଶରେ ବାୟୁମଣ୍ଡଳ ନଥିବାରୁ ସେଠାରେ କୌଣସି ଶବ୍ଦ ଶୁଣାଯାଏ ନାହିଁ । ଏଣୁ ମହାକାଶରେ ଅନନ୍ତ ନୀରବତା ବିରାଜମାନ କରେ ବୋଲି ପୂର୍ବରୁ ଧାରଣା ଥିଲା । କିନ୍ତୁ ଏହି ଧାରଣାକୁ ଅମୂଳକ ବୋଲି କହିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ।

ନାସାର ଏକ ଅଂଗ ନାସା ଏକ୍ସୋପ୍ଲାନେଟ୍ସ ପକ୍ଷରୁ ଏକ ଟୁଇଟ କରି କୁହାଯାଇଛି ଯେ “ପୂର୍ବରୁ ଆମର ଏକ ଭୁଲ ଧାରଣା ଥିଲା ଯେ ମହାକାଶରେ ଧ୍ବନି ଶୁଣାଯାଏ ନାହିଁ, କାରଣ ମହାକାଶରେ ବାୟୁମଣ୍ଡଳ ନଥିବାରୁ ଧ୍ବନି ତରଙ୍ଗ ଗତି କରିବାର କୌଣସି ମାଧ୍ୟମ ନାହିଁ । କିନ୍ତୁ ଏକ ଗାଲାକ୍ସି (ତାରକା ପୁଞ୍ଜ)ରେ ଗ୍ୟାସ ରହିଥାଏ ଓ ଏଠାରୁ ଆମେ ଧ୍ବନିଂକୁ ରେକର୍ଡ କରିଛୁ । ଗୋଟିଏ କୃଷ୍ଣଗର୍ତ୍ତ ବା ବ୍ଲାକହୋଲରୁ ରେକର୍ଡ ହୋଇଥିବା ଧ୍ବନିକୁ ଆମେ ବର୍ଦ୍ଧିତ କରି ଓ ଅନ୍ୟ ଡାଟା ସହ ମିଶାଇ ଉପସ୍ଥାପନ କରୁଛୁ ।”

ସୂଚନାଯୋଗ୍ୟ ଯେ, ନାସା ଏକ୍ସୋପ୍ଲାନେଟ୍ସ ଆମ ସୌରଜଗତ ବାହାରେ ଥିବା ଗ୍ରହ ଓ ଜୀବନର ସନ୍ଧାନ କରିଥାଏ ।

ତେବେ କିପରି ଶୁଣାଯାଉଛି ଏହି ଧ୍ବନି ? ଏହି ଧ୍ବନି ସନାତନ ଧର୍ମର ମୂଳ ଧ୍ବନି ‘ଓମ୍’ ପରି ଶୁଭୁଥିବା କେତେକ ଭାରତୀୟ ଓ ବିଦେଶୀ ସୋସିଆଲ ମିଡିଆରେ ଲେଖିଛନ୍ତି । ତେବେ ଆଉ କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହା ‘ଓମ୍’ ପରି ଶୁଭୁନାହିଁ ବୋଲି ଦାବି କରୁଛନ୍ତି ।

Copyright © All rights reserved.