ମହାରାଷ୍ଟ୍ର କଂଗ୍ରେସ ନେତାଙ୍କୁ ଦିଲ୍ଲୀ ସମନ କଲେ ସୋନିଆ ଗାନ୍ଧୀ
1 min readମୁମ୍ବାଇ: ମହାରାଷ୍ଟ୍ରରେ ନୂତନ ସରକାର ଗଠନ ନେଇ ବିଧାନସଭା ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବିଜେପି ନିଜର ଅକ୍ଷମତା ପ୍ରକାଶ କରି ରାଜ୍ୟପାଳଙ୍କୁ ଲିଖିତ ଭାବେ ଜଣାଇ ଦେବାପରେ ଏବେ ମହାରାଷ୍ଟ୍ର ରାଜନୀତି ଉଷ୍ମ ହୋଇପଡ଼ିବା ସହ ‘ଘଡ଼ିକେ ଘୋଡ଼ା ଛୁଟିବା’ ଆରମ୍ଭ ହୋଇଯାଇଛି। ବିଜେପି ସହ ନିଜର ମେଣ୍ଟ ଛିନ୍ନ କରିବା ପରେ ଶିବସେନା ଏବେ ଏନସିପି ଓ କଂଗ୍ରେସ ସମର୍ଥନରେ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ନିଜର ପ୍ରୟାସ ଆରମ୍ଭ କରି ଦେଇଛି। ସରକାର ଗଠନରେ ଶିବସେନାକୁ ନିଜର ସମର୍ଥନ ଦେବାକୁ ଏନ୍ସିପି ପ୍ରସ୍ତୁତ ଥିଲେ ମଧ୍ୟ କଂଗ୍ରେସ ଏଯାବତ୍ ଏମାମଲାରେ ଅଦ୍ଭୂତପୂର୍ବ ନିରବତା ଅବଲମ୍ବନ କରିଛି।
ତେବେ, ମହାରାଷ୍ଟ୍ରରେ ନୂତନ ସରକାର ଗଠନ ନେଇ ଆଜି ସନ୍ଧ୍ୟା ୭ଟା ୩୦ ସୁଦ୍ଧା ଲିଖିତ ଭାବେ ଜଣାଇବା ପାଇଁ ରାଜ୍ୟପାଳ ସମୟ କଣ୍ଟ ଧାର୍ଯ୍ୟ କରି ଦେଇଥିବାରୁ ଏବେ ସବୁ ଦଳ ସକ୍ରିୟ ହୋଇପଡ଼ିବା ସହ ରାଜ୍ୟରେ ରାଜନୈତିକ ଗତିବିଧି ବୃଦ୍ଧି ପାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଜି ସକାଳେ ଏକ ଦୀର୍ଘ ବୈଠକରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ଚନା କରିଛନ୍ତି। ପରେ ଅପରାହ୍ଣରେ ରାଜ୍ୟର ସମସ୍ତ କଂଗ୍ରେସ ନେତା ଓ ନିର୍ବାଚିତ ବିଧାୟକମାନଙ୍କୁ ଦିଲ୍ଲୀ ଡକାଇ ନେବା ସହ ସରକାର ଗଠନ ନେଇ ବିଚାର ଆେଲାଚନା କରୁଛନ୍ତି ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ମହାରାଷ୍ଟ୍ର ଦାୟିତ୍ବରେ ଥିବା ଏଆଇସିସିର ସାଧାରଣ ସଂପାଦକ ମଲ୍ଲକାଜୁର୍ନ ଖାର୍ଗେ କହିଛନ୍ତି ଯେ ଏହି ବୈଠକ ଶେଷ ହେବାପରେ କଂଗ୍ରେସ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ନେଇ ନିଜର ସ୍ଥିତି ସ୍ପଷ୍ଟ କରିବ।