ମାହାଙ୍ଗା ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
1 min readକଟକ/ମାହାଙ୍ଗା: ମାହାଙ୍ଗା ଅଞ୍ଚଳରେ ସର୍ବଦା ଗରିବଙ୍କ ସେବା କରୁଥିବା ଦିବଙ୍ଗତ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ଦୁଇ ଜଣଙ୍କୁ ଯେଭଳି ବୀଭତ୍ସ ଭାବେ ହତ୍ୟା କରାଯାଇଛି, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଉଭୟଙ୍କ ଏକାଦଶାହ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହିଭଳି ବକ୍ତବ୍ୟ ଦେବା ସହିତ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜନୀତିରେ ଦଳ ବଦଳ, ମତ ବଦଳ, ମନ ବଦଳ ହୁଏ। କିନ୍ତୁ ଏଭଳି ହିଂସାର ସ୍ଥାନ ନଥାଏ। ଏଭଳି ବୀଭତ୍ସ ଘଟଣା ପରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଯେଉଁଭଳି ଭାବେ ଭଡ଼ାଟିଆଙ୍କୁ ଲଗାଇ କୁଶପୁତ୍ତଳିକା ଦାହ କରୁଛନ୍ତି ଓ ଏଥିରେ ନାଗରିକ ମଞ୍ଚକୁ ଲଗାଇଛନ୍ତି, ତାହା ଦୁର୍ଭାଗ୍ୟଜନକ। ମନ୍ତ୍ରୀ ନିଜ ଅହଂକାର ଘରେ ରଖନ୍ତୁ। ପ୍ରଜାତନ୍ତ୍ରରେ ଅଂହକାରର ସ୍ଥାନ ନାହିଁ। ମନ୍ତ୍ରୀଙ୍କ ଭଡ଼ାଟିଆ ଭାବେ କୁଶପତ୍ତଳିକା ଦାହ କରୁଥିବା ବ୍ୟକ୍ତି ବି ଥରେ ନିଜ ନିଜ ବିବେକକୁ ପଚାରନ୍ତୁ ବୋଲି ସେ କହିଛନ୍ତି।