ରାଜଧାନୀରେ ମେଟ୍ରୋ :ଘୋଷଣାର ୫ମାସ ପରେ ବି କିଛି ହୋଇନି
1 min read
ଭୁବନେଶ୍ବର : ଐତିହ୍ୟ ସହର ଭୁବନେଶ୍ବରରୁ ରୌପ୍ୟ ନଗରୀ କଟକକୁ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ୫ମ ଥର ପାଇଁ ଶାସନ ଭାର ସମ୍ଭାଳିବା ପରେ ୧୬ତମ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଧାନସଭାରେ ଏହା କହିଥିଲେ।
ଏନେଇ ଶାସକ ବିଜେଡି ଦଳ ବି ତା’ର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ତେଣୁ ରାଜଧାନୀବାସୀ ଆଶା ରଖିଛନ୍ତି ରାଜଧାନୀରେ ଏଥର ନିଶ୍ଚିତ ମେଟ୍ରୋ ଟ୍ରେନ୍ ଗଡ଼ିବ। ହେଲେ ମେଟ୍ରୋ ଭଳି ଦ୍ରୁତ ଗତିରେ ଯାଉଥିବା ଟ୍ରେନ୍ ସେବା ‘ମନୋରେଲ୍’ ନେଇ ରାଜ୍ୟ ସରକାର ବହୁ ବର୍ଷ ତଳୁ ‘ମାସ୍ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ’ (ଏମ୍ଆରଟିଏସ୍) ଯୋଜନା କରିଥିଲେ ହେଁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ତେଣୁ ରାଜଧାନୀ ଭୁବନେଶ୍ବରରେ ମନୋରେଲ୍ ପ୍ରକଳ୍ପ ହେବ ବୋଲି କହି କରିପାରି ନ ଥିବା ବେଳେ ମେଟ୍ରୋ ଟ୍ରେନ୍ ଗଡ଼ିବ ତ! ବୋଲି ପ୍ରଶ୍ନ ଉଠିଲାଣି।