Sun. Feb 23rd, 2025

ରାଜ୍ୟରେ ହୋଟେଲ ଶିଳ୍ପକୁ ୨୫୦୦ କୋଟି ଟଙ୍କା କ୍ଷତି ହୋଇଛି

1 min read
Spread the love

ଭୁବନେଶ୍ୱର: କରୋନା ଭାଇରସ୍‌ ପାଇଁ ହୋଇଥିବା ତାଲାବନ୍ଦ ଯୋଗୁଁ ଅନ୍ୟ ବ୍ୟବସାୟ ଭଳି ହୋଟେଲ ଶିଳ୍ପକୁ ମଧ୍ୟ କ୍ଷତି ସହିବାକୁ ପଡ଼ିଛି। ରାଜ୍ୟରେ ଥିବା ହୋଟେଲ ଶିଳ୍ପକୁ ଚଳିତ ବର୍ଷ ୨୫୦୦ କୋଟି ଟଙ୍କା କ୍ଷତି ହୋଇଛି। ବିଶିଷ୍ଟ ଶିଳ୍ପପତି ତଥା ରାଜନେତା ଦିଲୀପ ରାୟ ଗଣମାଧ୍ୟମକୁ ଏହା କହିଛନ୍ତି।ଦିଲୀପ ରାୟ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ ୧୬୦୦ ପଂଜୀକୃତ ହୋଟେଲ ରହିଛି। କରୋନା ସମୟରେ କଟକଣା ଯୋଗୁଁ ସମସ୍ତ ହୋଟେଲ ମାଲିକମାନଙ୍କୁ କ୍ଷତି ସହିବାକୁ ପଡ଼ିଛି। କେବଳ ମେ ଫେୟାର ଗ୍ରୁପ ୧୦୦ କୋଟି ଟଙ୍କା ସହିଛି। ଜୁନ ମାସ ପରେ ଅନ୍‌ଲକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଅନ୍‌ଲକ୍‌ ହେବାର ଆରମ୍ଭରୁ ହୋଟେଲ ବ୍ୟବସାୟ ଚାଲୁ ନଥିଲା। ଅକ୍ଟୋବର ମାସଠାରୁ ବ୍ୟବସାୟ ଆରମ୍ଭ ହୋଇଛି। ଏବେ ବି ହୋଟେଲରେ ୩୫ ପ୍ରତିଶତ ବୁକ୍‌ ହେଉଛି।

ଭୁବନେଶ୍ୱର, ପୁରୀ, କୋଣାର୍କ ଭଳି ଅନ୍ୟ ପର୍ଯ୍ୟଟନସ୍ଥଳୀକୁ ପ୍ରୋତ୍ସାହନ ଦିଆଯିବାର ଆବଶ୍ୟକତା ରହିଛି। ୨୦୨୦ ଅନେକ କ୍ଷେତ୍ରରେ ବହୁତ କିଛି ଶିକ୍ଷା ଦେଇଗଲା। ହୋଟେଲ ବ୍ୟବସାୟ କ୍ଷତିକୁ ୨୦୨୧ରେ ପୂରଣ କରାଯିବା ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ରାୟ କହିଛନ୍ତି।

Copyright © All rights reserved.