ରାଜ୍ୟସଭା ଉପସଭାପତି ନିର୍ବାଚନ ପାଇଁ ସମର୍ଥନ ଲୋଡିଲେ ନିତିଶ
1 min readଭୁବନେଶ୍ବର : ରାଜ୍ୟସଭା ଉପସଭାପତି ନିର୍ବାଚନ ପୂର୍ବରୁ ଓଡ଼ିଶା ମୁଖମନ୍ତ୍ରୀ ମୁଖ୍ୟ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଛନ୍ତି ବିହାର ମୁଖମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନିତିଶ କୁମାର । ଆଜି ନିତିଶ ଫୋନ କରି ନବୀନଙ୍କ ସହ ଆଲୋଚନା କରିବା ସହ ସମର୍ଥନ ମାଗିଛନ୍ତି ।
ରାଜ୍ୟସଭା ଉପସଭାପତି ନିର୍ବାଚନରେ ଏନଡିଏ ତରଫରୁ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ପ୍ରାର୍ଥୀ ହେଉଥିବାବେଳେ ତାଙ୍କର ବିଜୟ ପାଇଁ ବିଜେଡ଼ିର ସମର୍ଥନ ଗୁରୁତ୍ବପୂର୍ଣ୍ଣ ରହିଛି । ଗତ ରାଜ୍ୟସଭା ନିର୍ବାଚନରେ ବିଜେଡ଼ି ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିଥିଲା ।ଗତକାଲି ହରିବଂଶ ରାଜ୍ୟସଭା ଉପସଭାପତି ପଦ ପାଇଁ ଏନଡିଏ ପ୍ରାର୍ଥୀଭାବେ ମନୋନୟନ ପତ୍ର ଦାଖଲ କରିଥିଲେ । ଶ୍ରୀ ହରିବଂଶ ଗତ ୨୦୧୮ରୁ ଗତ ଏପ୍ରିଲ ପର୍ଯନ୍ତ ରାଜ୍ୟସଭା ଉପସଭାପତି ଥିଲେ । କିନ୍ତୁ ଏପ୍ରିଲରେ ତାଙ୍କର ରାଜ୍ୟସଭା ସଦସ୍ୟ ଅବଧି ଶେଷ ହେବା ପରେ ତାଙ୍କୁ ପୁଣି ଥରେ ଜେଡିୟୁ ରାଜ୍ୟସଭାକୁ ପଠାଇଥିଲା । ଏନଡିଏ ପ୍ରାର୍ଥୀଭାବେ ସେ ରାଜ୍ୟସଭା ଉପସଭାପତି ନିର୍ବାଚିତ ହେବା ଏକରକମ ନିଶ୍ଚିତ ବୋଲି କୁହାଯାଉଛି । ୟୁପିଏ ପକ୍ଷରୁ ଡିଏମକେ ସଦସ୍ୟ ତିରୁଚି ଶିବଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି ।ରାଜ୍ୟସଭାରେ ବିଜେପିର ସର୍ବାଧିକ ୮୭ ସଦସ୍ୟ ଥିବାବେଳେ ବିଜେଡିର ୯ ସଦସ୍ୟ ଅଛନ୍ତି ।