Fri. Nov 22nd, 2024

ରାତି ପାହିଲେ ନେତା ବାଛିବେ ତିର୍ତ୍ତୋଲ ଜନତା, ୩୭୩ ବୁଥ୍‌ରେ ୨ ଲକ୍ଷ ୩୯ ହଜାର ୧୫୩ ଭୋଟର

1 min read
Spread the love

ଜଗତସିଂହପୁର ଟାଉନ୍‌: ଆଉ ମାତ୍ର କିଛି ଘଣ୍ଟା ବହୁ ଚର୍ଚ୍ଚିତ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ହେବ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍‌ ସଂଖ୍ୟା ୨୬୫ରୁ ୩୭୩କୁ ବୃଦ୍ଧି କରାଯାଇଛି । ୧୯୪୦ ଜଣ ପ୍ରିଜାଇଡିଙ୍ଗ୍‌ ପୋଲିଂ ଅଧିକାରୀ ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏବଂ ଏସ୍‌ପି ପ୍ରକାଶ ରଙ୍ଗରାଜ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବ ସେଥିପାଇଁ ଉପ-ନିର୍ବାଚନ ନିମନ୍ତେ ୬୨ ଜଣ ସି.ଏ.ପି.ଏଫ୍‌, ୩୭ ଜଣ ୱେବ୍‌ କାଷ୍ଟିଙ୍ଗ୍‌, ୪୦ ଜଣ ମାଇକ୍ରୋ ଅବଜରଭର୍‌, ୫ଟି ଭିଡ଼ିଓ ଗ୍ରାଫି ନିୟୋଜିତ ହୋଇଛନ୍ତି । ଉପ-ନିର୍ବାଚନ ନିମନ୍ତେ ୩୩ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି ।

୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ମତଦାନ କରିବେ। ପ୍ରକୃତ ଫଳାଫଳ ୧୦ ତାରିଖରେ ସ୍ପଷ୍ଟ ହେବ କନ୍ତୁ ଆଜି ରାତିରେ ନେତାଏ ଲୁଚି ଛପି ଅନ୍ଧାରି ବିଜେରେ ବ୍ୟସ୍ତ ଗଳି କନ୍ଦିରେ ଭୋଜି ଭାତ ଆସର ବି ଜମୁଛି। ଉପ ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି। କେବଳ ଅପେକ୍ଷା ମତଦାତାଙ୍କୁ। ତେବେ କେଉଁ ପ୍ରାର୍ଥୀଙ୍କୁ ବାଛିବେ ତିର୍ତ୍ତୋଲ ଜନତା, କିଏ ହେବ ତିର୍ତ୍ତୋଲର ତାଜ୍‌ ତାକୁ ନେଇ ଗଳି କନ୍ଦିରେ ଚର୍ଚ୍ଚା ଜୋର ଧରିଛି।ଦିବଂଗତ ବର୍ଷିଆନ ବିଜେଡି ନେତା ତଥା ତିର୍ତ୍ତୋଲର ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗ ପରେ ଉପ ନିର୍ବାଚନ ପାଇଁ ବାଟ ଫିଟିଥିଲା। କରୋନା କଟକଣା ଭିତରେ ନିର୍ବାଚନ ହେବ କି ନାହିଁ ତାହା ମଧ୍ୟ ଅସ୍ପଷ୍ଟ ହୋଇଥିଲା। ସମୟକ୍ରମେ ନିର୍ବାଚନ କମିସନଙ୍କ ଘୋଷଣା ଅନୁସାରେ ଗତ ମାସ ଅକ୍ଟୋବର ୯ ତାରିଖରୁ ୧୬ ତାରିଖ ଭିତରେ ପ୍ରାର୍ଥୀ ନାମାଙ୍କନ, ନଭେମ୍ବର ୩ରେ ମତଦାନ ଏବଂ ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ। ବିଜ୍ଞପ୍ତି ଘୋଷଣା ପରେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଆରମ୍ଭ ହେଲା ଟଣା ଓଟଣା ବିଜେଡିର ଦୁଇ ଗୋଷ୍ଠୀ ବିବାଦ ଚରମରେ ପହଞ୍ଚିଥିଲା। ହେଲେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ଅରୁଣ ସାହୁ, ବିଜେଡି ଜିଲ୍ଲା ସଭାପତି ସଭାପତି ପ୍ରଶାନ୍ତ ମୁଦୁଲି, ବରିଷ୍ଠ ବିଜେଡି ନେତା ସଂଜୟ ଦାସବର୍ମା, ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ତିର୍ତ୍ତୋଲ

Copyright © All rights reserved.