ରିଜର୍ଭ ବ୍ୟାଙ୍କରେ ଶକ୍ତିକାନ୍ତଙ୍କ ଦୁଇ ବର୍ଷ : ପ୍ରଶାସକରୁ ଦକ୍ଷ ଗଭର୍ଣ୍ଣର
1 min readଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦୁଇ ବର୍ଷ ପୂରଣ କରିଛନ୍ତି। ଜଣେ ଶାନ୍ତ ସ୍ବଭାବର ପ୍ରଶାସକ ଭାବେ ଜଣାଶୁଣା ଥିବା ଶକ୍ତିକାନ୍ତଙ୍କୁ ଯେତେବେଳେ ରିଜର୍ଭ ବ୍ୟାଙ୍କର ଏହି ପଦ ପ୍ରଦାନ କରାଗଲା ତାହାକୁ ଅନେକ ସହଜରେ ଗ୍ରହଣ କରିପାରି ନଥିଲେ। ସେ ଇତିହାସ ପାଠ ପଢ଼ିଥିଲେ। ଅର୍ଥନୀତି ପାଠପଢ଼ିନଥିବାରୁ ଏହି ପଦ ପାଇଁ ତାଙ୍କୁ ଯୋଗ୍ୟ ପ୍ରାର୍ଥୀ ବୋଲି ବିଚାର କରାଯାଉନଥିଲା। ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ତାଚ୍ଛଲ୍ୟ କରାଯାଇଥିଲା। ଅତ୍ୟନ୍ତ ଜଟିଳ ସମୟରେ ତାଙ୍କୁ ଏହି ପଦ ସମ୍ଭାଳିବାକୁ ପଡ଼ିଥିଲା। ସରକାରଙ୍କ ସହ ମତାନ୍ତର ହେବାରୁ ନିଜ କାର୍ଯ୍ୟକାଳ ଶେଷ ହେବାର କିଛି ମାସ ପୂର୍ବରୁ ଉର୍ଜିତ ପଟେଲ୍ ହଠାତ୍ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ।
ସେହି ଘଟଣା ଘଟିବାର କିଛି ଦିନ ପରେ ଶକ୍ତିକାନ୍ତଙ୍କୁ ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଥିଲା। ସାମ୍ନାରେ ଆହ୍ବାନର ପାହାଡ଼ ଥିଲା। ଦେଶର ଅର୍ଥନୀତି ବିମୁଦ୍ରୀକରଣର ପ୍ରଭାବ ଦେଇ ଗତି କରୁଥିଲା। ତରବରିଆ ଭାବେ ଜିଏସ୍ଟି ଲାଗୁ କରାଯାଇଥିବାରୁ ବ୍ୟବସାୟ ଜଗତ ମଧ୍ୟ ଚିନ୍ତିତ ଥିଲା। ସେଭଳି ଏକ ସମୟରେ ରିଜର୍ଭ ବ୍ୟାଙ୍କ ଭଳି ଅନୁଷ୍ଠାନର ମଙ୍ଗ ସମ୍ଭାଳିଥିଲେ ଶକ୍ତିକାନ୍ତି। ଇତି ମଧ୍ୟରେ ଦୁଇ ବର୍ଷ ବିତି ଯାଇଛି। ନିଷ୍ଠାର ସହିତ ଅର୍ଥନୀତିକୁ ସଜାଡ଼ିବା ଲାଗି ସେ ଯେଉଁ ଉଦ୍ୟମ କରିଛନ୍ତି ତାହାକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଉଛି। ସାରା ଦୁନିଆରେ ସେ ଏବେ ଜଣେ ଆଗଧାଡ଼ିର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ମର୍ଯ୍ୟାଦା ହାସଲ କରିଛନ୍ତି