Mon. Feb 24th, 2025

ଲାଗୁ ହେବନି ମୋବାଇଲ ପୋର୍ଟେବିଲିଟି ନୂଆ ନିୟମ:ବୈଷୟିକ ଅସୁବିଧା

1 min read
Spread the love

ନୂଆଦିଲ୍ଲୀ: ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ବା ଟ୍ରାଇ କିଛି ଦିନ ତଳେ ନୂଆ ମୋବାଇଲ ପୋର୍ଟାବିଲିଟି ନିୟମ ଆରମ୍ଭ କରିବାର ଘୋଷଣା କରିଥିଲା | ନୂଆ ନିୟମ ମୁତାବକ, ନଭେମ୍ବର ୧୧ପରଠାରୁ ଦୁଇ ଦିନ ମଧ୍ୟରେ ମୋବାଇଲ ନମ୍ବରର ପୋର୍ଟାବିଲିଟି କରାଯାଇପାରିବ ବୋଲି ଘୋଷଣା କରାଯାଇଥିଲା । ତେବେ ବୈଷୟିକ ଅସୁବିଧା ଥିବାରୁ ଏବେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ଟ୍ରାଇ ସ୍ପଷ୍ଟ କରିଛି |

ଟ୍ରାଇ ପକ୍ଷରୁ ଜାରି ହୋଇଥିବା ନୂଆ ଅଧିସୂଚନା ମୁତାବକ ଏବେ ଏହି ନିୟମ ଲାଗୁ କରିବାକୁ ଆଉ କିଛି ସମୟ ଲାଗିପାରେ | ପୂର୍ବରୁ ଟ୍ରାଇ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ନଭେମ୍ବର ୧୧ପରଠାରୁ ନୂଆ ପୋର୍ଟାବିଲିଟି ନିୟମ ଲାଗୁ ହେବ । ଏହି ନୂଆ ନିୟମ ଟେଲିକମ ସେକ୍ଟରରେ ସକାରତ୍ମକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।

ତେବେ ଯଦି କୌଣସି ଉପଭୋକ୍ତା ନଭେମ୍ବର ୪-୧୦ ମଧ୍ୟରେ ନିଜ ନମ୍ବରର ଅପରେଟରକୁ ବଦଳାଇବାକୁ ଚାହାନ୍ତି, ତେବେ ତାହା ସମ୍ଭବ ହେବ ନାହିଁ ବୋଲି କୁହାଯାଇଥିଲା। ତେବେ ଏବେ ଏହି ନିୟମ ଲାଗୁ ହେବାକୁ ବିଳମ୍ବ ଥିବାରୁ ମୋବାଇଲ ଉପଭୋକ୍ତା ପୂର୍ବ ଭଳି ୟୁଜର୍ସ ୟୁନିକ୍‌ ପୋର୍ଟିଂ କୋଡ୍‌ ପାଇ ପାରିବେ ବୋଲି ଜଣାପଡ଼ିଛି ।

Copyright © All rights reserved.