Fri. Nov 22nd, 2024

ସଂଗ୍ରାମ କରିବାକୁ ମେଣ୍ଟ ଗଢ଼ିଲେ ଜମ୍ମୁ ଓ କଶ୍ମୀରର ଛଅଟି ରାଜନୈତିକ ଦଳ

1 min read
Spread the love

ଶ୍ରୀନଗର: ନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ, କଂଗ୍ରେସ, ପିଡିପି, ପିପୁଲ୍‌ସ୍‌ କନ୍‌ଫରେନ୍‌ସ୍‌, ସିପିଏମ୍ ଏବଂ ଅୱାମି ନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ୍‌ ସମେତ ଛଅଟି ରାଜନୈତିକ ଦଳ ଗୁରୁତ୍ବାରୋପ କରି କହିଛନ୍ତି ଯେ, ସେମାନେ ୨୦୧୯, ଅଗଷ୍ଟ ୪ର ‘ଗୁପକର ଘୋଷଣା’ ସୂତ୍ରରେ ଆବଦ୍ଧ ଏବଂ ସମ୍ବିଧାନର ଧାରା ୩୭୦ ଏବଂ ୩୫ ଏ ଓ ଜମ୍ମୁ ଓ କଶ୍ମୀରର ରାଜ୍ୟମାନ୍ୟତା ଫେରାଇ ଆଣିବାକୁ ସଂଗ୍ରାମ କରିବେ।

ଶନିବାର ଦିନ ‘ନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ’ ଦ୍ବାରା ରିଲିଜ୍ ହୋଇଥିବା ରାଜନୈତିକ ନେତାମାନଙ୍କର ମିଳିତ ବିବୃତିରେ ଉଲ୍ଲେଖ ଅଛି ଯେ, ୨୦୧୯ ଅଗଷ୍ଟ ୪ ତାରିଖ ‘ଗୁପକର ଘୋଷଣା’ର ବିଷୟବସ୍ତୁ ଆଧାରରେ ସମ୍ପୂର୍ଣ୍ଣରୂପେ ଆବଦ୍ଧ ବୋଲି ଆମେ ସମସ୍ତେ ପୁଣି ଥରେ କହୁଛୁ ଏବଂ ଦୃଢ଼ତାର ସହ ତାହା ପାଳନ କରିବୁ। ସମ୍ବିଧାନର ଧାରା ୩୭୦ ଏବଂ ୩୫ ଏ ଓ ଜମ୍ମୁ ଓ କଶ୍ମୀରର ରାଜ୍ୟମାନ୍ୟତା ଫେରାଇ ଆଣିବାକୁ ସଂଗ୍ରାମ କରିବାକୁ ବଦ୍ଧ ପରିକର। ରାଜ୍ୟକୁ କୌଣସି ପ୍ରକାର ବିଭାଜନ କରିବା ଆମ ପ୍ରତି ଗ୍ରହଣୀୟ ନୁହେଁ। ଆମେ ସର୍ବ

Copyright © All rights reserved.