ସ୍ୱାଭାବିକ ହେଉଛି ମହାନଦୀରେ ବନ୍ୟା ପରିସ୍ଥିତି
1 min readଭୁବନେଶ୍ୱର : ହୀରାକୁଦ ନଦୀବନ୍ଧରେ ଜଳସ୍ତର କମିବା ସହ ମହାନଦୀରେ ବନ୍ୟା ପରିସ୍ଥିତି ଦିନକୁ ଦିନ ସ୍ୱାଭାବିକ ହେବାରେ ଲାଗିଛି ।ଜଳସଂପଦ ବିଭାଗ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ହୀରାକୁଦ ଜଳ ଭଣ୍ଡାରର ଏବେ ୨୪ଟି ଗେଟ ଖୋଲା ରହିଛି ।ତା’ ମଧ୍ୟରେ ବାମ ସ୍ପିଲେଓ୍ଵର ୧୫ଟି ଓ ଡାହାଣ ସ୍ପିଲେଓ୍ଵର ୯ଟି ଗେଟ ଅନ୍ତର୍ଭୁକ୍ତ ।ଏହାର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ୬୨୫.୫୬ ଫୁଟ ଜଳ ରହିଛି ।ଏବେ ଏହି ଜଳଭଣ୍ଡାରକୁ ଘଣ୍ଟାକୁ ହାରାହାରି ୩ ଲକ୍ଷ ୭୪ ହଜାର ୬୧୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ହାରାହାରି ୪ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ସେହିପରି ତଳମୁଣ୍ଡରେ ଥିବା ମୁଣ୍ଡୁଳୀଠାରେ ମଧ୍ୟ ବନ୍ୟାଜଳ ନିଷ୍କାସନ କ୍ରମଶଃ ହ୍ରାସ ପାଉଛି । ଏବେ ଏହି ବ୍ୟାରେଜ ଦେଇ ୮.୦୬ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି । ଗତକାଲି ଏହା ୧୦ ଲକ୍ଷ ୨୬ ହଜାର କ୍ୟୁସେକ ଥିଲା । ଫଳରେ ଗତ ୨୬ ଘଣ୍ଟାରେ ଜଳ ନିଷ୍କାସନ ୨ ଲକ୍ଷ ୨ ହଜାର କ୍ୟୁସେକ ହ୍ରାସ ପାଇଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟ୍ଵିଟ କରି ସୂଚନା ଦେଇଛନ୍ତି ।