Mon. Feb 24th, 2025

ସ୍ୱିସ ବ୍ୟାଙ୍କରେ ବଢ଼ିଲା ଭାରତୀୟଙ୍କ ପାଣ୍ଠି, ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ

1 min read
Spread the love

ସ୍ୱିସ ବ୍ୟାଙ୍କରେ ବଢ଼ିଲା ଭାରତୀୟଙ୍କ ପାଣ୍ଠି । ସ୍ୱିସ ବ୍ୟାଙ୍କରେ ଭାରତୀୟଙ୍କର ୨୦ ହଜାର ୭୦୦ କୋଟି ଟଙ୍କାର ପାଣ୍ଠି ବୃଦ୍ଧି ପାଇଛି ବୋଲି ଜାଣିବାକୁ ମିଳିଛି । ତେବେ ଗ୍ରାହକଙ୍କ ଜମାରାଶି ଦ୍ୱିତୀୟ ବର୍ଷ ପାଇଁ ହ୍ରାସ ପାଇଛି । ସୁଇଜରଲ୍ୟାଣ୍ଡର ସେଂଟ୍ରାଲ ବ୍ୟାଙ୍କର ବାର୍ଷିକ ଡାଟାରୁ ଏହି ତଥ୍ୟ ହସ୍ତଗତ ହୋଇଛି । ଭାରତୀୟ ନାଗରିକ, ଅନୁଷ୍ଠାନଗୁଡିକର ସମ୍ପତ୍ତି ବୃଦ୍ଧି ପାଇଥିବା ନେଇ ତଥ୍ୟ ପ୍ରକାଶ ପାଇଛି । ଏଥିରେ ହୋଲଡିଂ, ସିକ୍ୟୁରିଟିଜ୍ ଆଦି ରହିଛି । ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୃଦ୍ଧି । ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୂର୍ବରୁ ଦୁଇ ବର୍ଷ ଧରି ଭାରତୀୟଙ୍କ ସଂପତି ହ୍ରାସ ପାଇ ଆସୁଥିଲା ।

Copyright © All rights reserved.