Fri. Nov 22nd, 2024

ହ୍ବାଇଟ୍‌ ହାଉସ୍‌ କୋଭିଡ୍‌-୧୯ ଟାସ୍କଫୋର୍ସର ଚେତାବନୀ

1 min read
Spread the love

ଵାସିଂଟନ: ଆମେରିକାରେ ଏକ ନୂତନ ପ୍ରଜାତିର ରୂପାନ୍ତରିତ କରୋନା ଭୂତାଣୁର ସମ୍ଭାବ୍ୟ ଭୟାବହତା ସମ୍ପର୍କରେ ହ୍ବାଇଟ୍‌ ହାଉସ୍‌ କୋଭିଡ୍‌ ଟାସ୍କଫୋର୍ସ ପକ୍ଷରୁ ଚେତାବନୀ ଦିଆଯାଇଛି। ବ୍ରିଟେନ୍‌ରେ ଆବିର୍ଭାବ ହୋଇଥିବା ନୂତନ ପ୍ରଜାତିର ଭୂତାଣୁ ସହିତ ଏହି ଆମେରିକୀୟ ପ୍ରଜାତିର ସଂକ୍ରମଣ ଖୁବ୍‌ ଜୋରରେ ମାଡ଼ି ଚାଲିଛି ଏବଂ ଏହା ମୂଳ ଭୂତାଣୁ ଅପେକ୍ଷା ୫୦% ଅଧିକ ସଂକ୍ରମଣକ୍ଷମ ବୋଲି ଟାସ୍କ ଫୋର୍ସ କହିବା ସହ ସେଥିପ୍ରତି ସଜାଗ ରହିବାକୁ ଆମେରିକାର ବିଭିନ୍ନ ପ୍ରଦେଶକୁ ସତର୍କତା ଜାରି କରିଛି। ସୁତରାଂ ନୂତନ ପ୍ରଜାତି ଭୂତାଣୁର ପ୍ରକୋପରୁ ନିଜକୁ ମୁକ୍ତ ରଖିବା ଲାଗି ପୂର୍ବ ପରି ମାସ୍କ ପରିଧାନ ଓ ନିୟମିତ ହସ୍ତ ପ୍ରକ୍ଷାଳନ ସାଙ୍ଗକୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଟାସ୍କ ଫୋର୍ସ ପକ୍ଷରୁ ପରାମର୍ଶ ଦେଇଛି। ଅନ୍ୟଥା ମହାମାରୀ ସ୍ଥିତି ଆହୁରି ଶୋଚନୀୟ ହେବ ବୋଲି ଚେତାବନୀ ଦିଆଯାଇଛି

Copyright © All rights reserved.