Fri. Nov 22nd, 2024

୧୫ ଡିସେମ୍ବର ସୁଦ୍ଧା ଭାଙ୍ଗିଯିବ ଦିଦିଙ୍କ ସରକାର; ଟିଏମସିର ୬୨ ବିଧାୟକ ଛାଡ଼ିବେ ଦଳ!

1 min read
Spread the love

କୋଲକ‌ାତା : ୨୦୨୧ ଆରମ୍ଭରୁ ପଶ୍ଚିମବଙ୍ଗରେ ହୋଇପାରେ ବିଧାନସଭା ନିର୍ବାଚନ। ହେଲେ ଏବେ ଠାରୁ ପଶ୍ଚିମବଙ୍ଗରେ ବିଜେପି ଓ ଶାସନ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ରାଜନୈତିକ ଛକା ପଞ୍ଝା ଜୋର ଧରିବାକୁ ଆରମ୍ଭ କଲାଣି। ଏହାସହ ନିର୍ବାଚନ ପୂର୍ବରୁ ଯେଭଳି ଦଳ ବଦଳ ଟ୍ରେଣ୍ଡ ଦେଖାଦିଏ ତାହା ଏବେ ପଶ୍ଚିମବଙ୍ଗରେ ବି ଦେଖିବାକୁ ମିଳିଲାଣି । ଏହା ମଧ୍ୟରେ ବିଜେପି ସାଂସଦ ସୌମିତ୍ର ଖାନ୍ ଦାବି କରିଛନ୍ତି କି ଟିଏମସିର ୬୨ ଜଣ ବିଧାୟକ ବିଜେପି ସହ ସଂପର୍କରେ ରହିଛନ୍ତି । ଯେଉଁମାନେ କି ଖୁବଶୀଘ୍ର ଦିଦିଙ୍କ ହାତଛାଡି ବିଜେପିରେ ଯୋଗଦେବେ । ଏହାସହ ଡିସେମ୍ବର ୧୫ ସୁଦ୍ଧା ଟିଏମସି ସଂଖ୍ୟା ଗରିଷ୍ଟତା ହରାଇ ସରକାରରୁ ବିଦା ହେବେ ବୋଲି ସେ ଦାବି କରିଛନ୍ତି ।

ଏହାପୂର୍ବରୁ ସୌମିତ୍ର ଖାନ କହିଥିଲେ ଯେ ଏବେ ରାଜ୍ୟରେ ଏଭଳି ସ୍ଥିତି ଦେଖା ଦେଇଛି ଯେ ଆବଶ୍ୟକ ପଡିଲେ ରାଜ୍ୟପାଳ ଜଗଦୀପ୍ ଧନଖଡ ମୁଖ୍ୟମନ୍ତ୍ରୀଙ୍କୁ ଡାକି ସଂଖ୍ୟାଗରିଷ୍ଠତାର ପ୍ରମାଣ ମାଗି ପାରନ୍ତି ।କହିରଖୁ କି ମମତା ସରକାରେ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀ ମନ୍ତ୍ରୀପଦରୁ ଇସ୍ତଫା ଦେବା ପରେ ଅନୁମାନ କରାଯାଉଥିଲା କି ସେ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ । ଯାହାକି ମମତାଙ୍କ ପାଇଁ ବୁମେରାଂ ହେବ। କାରଣ ଶୁଭେନ୍ଦୁ ଅଧିକାରୀ ମେଦିନାପୁର ଅଞ୍ଚଳର ଜଣେ ଦବଙ୍ଗ ନେତା । ତାଙ୍କର ପ୍ରଭାବ ମେଦିନାପୁର ବ୍ୟତୀତ ପାଖ ଜିଲ୍ଲାମାନଙ୍କରେ ବି ରହିଛି ।ଶୁଭେନ୍ଦୁଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ ଦେଖା ଦେଇଛି । ଠିକ୍ ଏହି ସମୟରେ ବିଜେପି ସାଂସଦ ସୌମିତ୍ର ସେନ ଦାବି କରୁଛନ୍ତି କି ୬୨ ଜଣ ଟିଏମସି ବିଧାୟକ ବିଜେପି ସଂପର୍କରେ ରହିଛନ୍ତି । ଏଭଳି ଖବର ଆସିବା ପରେ ପଶ୍ଚିମବଙ୍ଗ ସରକାରଙ୍କ ଚିନ୍ତା ବଢିଯାଇଛି । ଅନ୍ୟପଟେ ଟିମସି କହିଛି କି ବିଜେପିର ୪ ଜଣ ସାଂସଦଙ୍କ ସହ କିଛି ନେତା ବି ଟିଏମସି ସହ ସଂପର୍କରେ ଅଛନ୍ତି ।

Copyright © All rights reserved.