Fri. Nov 22nd, 2024

୨୧ ମିନିଟ୍‌ର ଏୟାର ଷ୍ଟ୍ରାଇକ୍‌: ୩ଶହ ଆତଙ୍କବାଦୀ ମୃତ

1 min read
Spread the love

ଶ୍ରୀନଗର/ଇସଲାମାବାଦ୍‌ : ଭାରତୀୟ ବାୟୁସେନା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି।
ଭାରତୀୟ ବାୟୁସେନା ପକ୍ଷରୁ ଆଜି ପାକିସ୍ତାନରେ ଥିବା କେତେକ ଆତଙ୍କବାଦୀ କ୍ୟାମ୍ପ ଉପରେ ବିମାନ ଆକ୍ରମଣ କରାଯିବା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ପ୍ରଥମେ ପାକିସ୍ତାନର ସେନା ଏହି ଆକ୍ରମଣ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା କହିଥିବାବେଳେ ଧୀରେ ଧୀରେ ତାହାର ପ୍ରକୃତ ଚିତ୍ର ସାମନାକୁ ଆସୁଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୁରକ୍ଷା ସଂପର୍କୀତ କ୍ୟାବିନେଟ କମିଟିକୁ ଦେଇଥିବା ତଥ୍ୟ ଅନୁସାରେ ଏହି ଆକ୍ରମଣରେ ଜୈସ-ଇ-ମୋହମ୍ମଦର ପ୍ରାୟ ୨୫ ଜଣ ବରିଷ୍ଠ କମାଣ୍ଡର ନିହତ ହୋଇଛନ୍ତି ।

ନିୟନ୍ତ୍ରଣ ରେଖା ନିକଟରେ ଥିବା ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ଶିବିରରେ ଉପରେ ମଙ୍ଗଳବାର ଭୋର୍‌ ୩ଟା ୩୦ ସମୟରେ ୨୧ ମିନିଟ ଧରି ବୋମାମାଡ଼ କରିଛି ବାୟୁସେନାର ୧୨ ମିରେଜ୍‌-୨୦୦୦ ଯୁଦ୍ଧବିମାନ। ଏଥିରେ
୨୫୦ରୁ ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବାୟୁସେନାର ଏଭଳି କାର୍ଯ୍ୟକୁ ଦେଶବ୍ୟାପି ସମସ୍ତ ରାଜନେତା ପ୍ରଶଂସା କରିଛନ୍ତି।

ଶ୍ରୀ ଡୋଭାଲ କହିଛନ୍ତି ଯେ ଗୁଇନ୍ଦା ବିଭାଗ ତରଫରୁ  ନିର୍ଦ୍ଦିଷ୍ଟଭାବେ ସୂଚନା ମିଳିବା ପରେ ବିଭିନ୍ନ ଟାର୍ଗେଟ ବଛା ଯାଇଥିଲା । ବାଲାକୋଟକୁ ବାଛିବାର କେତେକ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା । କାରଣ ଏହା ଥିଲା ଜୈସ-ଇ-ମୋହମ୍ମଦର ଏକ ମୁଖ୍ୟ କଣ୍ଟ୍ରୋଲ ରୁମ ଓ ବୃହତ୍ତମ ଟ୍ରେନିଂ କ୍ୟାମ୍ପ । ଏହାକୁ ଆତଙ୍କବାଦୀଙ୍କ ତାଲିମ କେନ୍ଦ୍ର ନ କହି ଏକ ସେନା ଛାଉଣୀ କହିଲେ ଠିକ ହେବ । ଏଠାରେ ଅନେକ ସଶସ୍ତ୍ର ଆତଙ୍କବାଦୀ ଥିଲେ, ଅନେକ ଗୋଳାବାରୁଦ ଥିଲା, ଏସି କଣ୍ଟ୍ରୋଲ ରୁମ ଏପରିକି  ବଙ୍କର ମଧ୍ୟ ଥିଲା । ଫେବ୍ରୁଆରୀ ୧୪ ପରେ ବିଶ୍ୱ ଜନମତ ଚାପରେ ନଇଁ ଆଇଏସଆଇ ଏସବୁ ଆତଙ୍କି କମାଣ୍ଡର ମାନଙ୍କୁ  ପାକ ଅଧିକୃତ କାଶ୍ମୀରରୁ ନେଇ ପାକିସ୍ତାନ ଭିତରେ ଥିବା ବାଲାକୋଟ କ୍ୟାମ୍ପରେ ରଖିଥିଲା । ଏହି କ୍ୟାମ୍ପ ଧ୍ୱଂସ ହେବା ପରେ ଜୈସର ଅଣ୍ଟା ଭାଙ୍ଗି ଯାଇଛି ।

Copyright © All rights reserved.