Fri. Mar 14th, 2025

୩୦ ବର୍ଷରେ ୩୦ ଟ୍ରିଲିୟନ ଅର୍ଥନୀତିରେ ପହଞ୍ଚିବ ଭାରତ: ପୀୟୂଷ ଗୋୟଲ

1 min read
Spread the love

ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଯେ ଆମେ ବର୍ତ୍ତମାନ ବ୍ରିଟେନକୁ ପଛରେ ପକାଇଛୁ। ବ୍ରିଟେନ ଭାରତକୁ ୨୦୦ ବର୍ଷରୁ ଅଧିକ ବର୍ଷ ଧରି ଶାସନ କରିଥିଲା। ବର୍ତ୍ତମାନ ଆମର ଲକ୍ଷ୍ୟ ହେଉଛି ଜାପାନ ଏବଂ ଫ୍ରାନ୍ସ ପରି ଦେଶକୁ ଅତିକ୍ରମ କରି ବିଶ୍ୱର ତୃତୀୟ ଶକ୍ତିଶାଳୀ ଅର୍ଥନୀତି ହେବା।

ସାନ ଫ୍ରାନ୍ସିସ୍କୋରେ ପହଞ୍ଚିଥିବା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଭାରତ ବିଶ୍ୱର ଅନ୍ୟତମ ଆକର୍ଷଣୀୟ ପୁଞ୍ଜି ବିନିଯୋଗର ସ୍ଥାନ ହୋଇପାରିଛି। ବିଶ୍ୱର ନେତା ତଥା ବିକଶିତ ଦେଶମାନେ ଭାରତ ସହ ସେମାନଙ୍କର ଯୋଗଦାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଭାରତ ସହିତ ବାଣିଜ୍ୟ ବୃଦ୍ଧି ପାଇଁ ସେମାନେ ଦ୍ୱିପାକ୍ଷିକ ଚୁକ୍ତି ଖୋଜୁଛନ୍ତି ।

କାଲିଫର୍ନିଆରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଭାରତରେ ଗେମ୍‌ ଚେଞ୍ଜିଂ ଅର୍ଥନୈତିକ ସଂସ୍କାର କରାଯାଇଛି। ଅର୍ଥନୈତିକ କାର୍ଯ୍ୟକଳାପର ସୀମା ବିସ୍ତାର କରିବାକୁ ନୂଆ ଉତ୍ସାହ ସୃଷ୍ଟି କରାଯାଇଛି। ଭାରତରେ ଅଭିବୃଦ୍ଧି ହାର ଦର୍ଶାଉଛି ଯେ ଆମେ ଆସନ୍ତା ୩୦ ବର୍ଷ ମଧ୍ୟରେ ୩୦ ଟ୍ରିଲିୟନ ଡଲାର ଅର୍ଥନୀତି ହେବାକୁ ପ୍ରସ୍ତୁତ ଅଛୁ। କୋଭିଡ ମହାମାରୀ, ୟୁକ୍ରେନ-ରୁଷିଆ ମଧ୍ୟରେ ବିବାଦ ଯୋଗୁ ସାରା ବିଶ୍ୱରେ ଦରଦାମ ବୃଦ୍ଧି ପାଇଛି। ବିକଶିତ ଦେଶମାନଙ୍କରେ ମୁଦ୍ରାସ୍ଫୀତି ମଧ୍ୟ ୧୦-୧୧ ପ୍ରତିଶତ ଥିବାବେଳେ ଭାରତରେ ଏହା ୬-୭ ପ୍ରତିଶତ ମଧ୍ୟରେ ରହିଛି।

Copyright © All rights reserved.