୧୧୭ ତମ ଜନ୍ମଦିନ ପାଳନ କରିଥିବା ବୃଦ୍ଧା ଦୁଇଟି ମାରାତ୍ମକ ସଂକ୍ରମଣକୁ ହରାଇଛନ୍ତି
1 min read
ସମଗ୍ର ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ପ୍ରତିଭା ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇ ପାରିଛନ୍ତି। ନିକଟରେ ନିଜର ବୟସ ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ବୃଦ୍ଧା ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ଦୀର୍ଘ ଜୀବନ ବଞ୍ଚିବା ମଣିଷ ପାଇଁ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଉଛି। ଯଦି ଆମେ ଏହାକୁ ଦେଖିବା ତେବେ ଶହେ ବର୍ଷରୁ ଅଧିକ ବଞ୍ଚିବା କମ ବଡ କଥା ନୁହେଁ । ସମ୍ପ୍ରତି ଏହିପରି ଜଣେ ବୃଦ୍ଧ ମହିଳା ଅଛନ୍ତି ଯିଏକି ନିକଟରେ ତାଙ୍କ ୧୧୭ ତମ ଜନ୍ମବାର୍ଷିକୀ ପାଳନ କରିଛନ୍ତି।
ମାରିଆ ବ୍ରାନିଆସ୍ ମୋରେରାଙ୍କୁ ଗତବର୍ଷ ଦୁନିଆର ସବୁଠାରୁ ବୟସ୍କ ମହିଳା ବୋଲି ଚୟନ କରାଯାଇଛି। ଯାହାଙ୍କ ୧୧୭ ତମ ଜନ୍ମଦିନ ମାର୍ଚ୍ଚ ୪ ତାରିଖରେ ପାଳନ କରାଯାଇଛି। ଏହି ଅବସରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ବି ମାରିଆ ବ୍ରାନିଆସ୍ ମୋରେରାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି।
ମାରିଆ ବ୍ରାନିଆସ୍ ମୋରେରା କହନ୍ତି, ‘ଆଜି ମୁଁ ୧୧୭ବର୍ଷ ବୟସରେ ପ୍ରଦାର୍ପଣ କରିଛି। ମୁଁ ମୋର ଏହି ଜୀବନରେ ଅନେକ ଘଟଣା, ଦୁର୍ଘଟଣା, ସୁଖ ଓ ଦୁଃଖ ପରିସ୍ଥିତି ଦେଇ ଗତି କରିଛି। ଏମିତିକି ବିଶ୍ବଯୁଦ୍ଧ ଦେଖିଛି। ଯୁଦ୍ଧପରେ ସ୍ପେନିଶ ଫ୍ଲୁ ଓ ନିକଟ ଅତିତରେ କୋଭିଡ଼ ଭଳି ମାରାତ୍ମକ ସଂକ୍ରମଣକୁ ବି ମାତ ଦେଇଛି।