୧୫୦୦୦କୋଟିର ଘର ପାଇଁ ମାସକୁ ଏତେ ଲକ୍ଷର ବିଜୁଳି ବିଲ ଦେଉଛନ୍ତି ଅମ୍ବାନୀ
1 min readଏସିଆ ମହାଦେଶର ସବୁଠାରୁ ଧନୀ ଓ ରିଲାୟନ୍ସ ଗ୍ରୁପ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘରର ଦେଶର ବଛା ବଛା କେତୋଟି ସୁନ୍ଦର ଓ ବଡ଼ ଘର ମଧ୍ୟରୁ ଅନ୍ୟତମ। ତାଙ୍କ କମ୍ପାନିର ଚର୍ଚ୍ଚା ଯେତିକି ହୋଇଥାଏ, ମୁକେଶଙ୍କ ଘରର ଚର୍ଚ୍ଚା ଲୋକ ତାହାଠାରୁ ଅଧିକ କରିଥାନ୍ତି। ମୁକେଶଙ୍କ ଏହି ଘର ୨୭ ମହଲା ବିଶିଷ୍ଟ ହୋଇଥିବା ବେଳେ ଘର ୪,୦୦,୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ତିଆରି ହୋଇଛି।
ଆମ୍ବାନୀ ତାଙ୍କର ଏହି ଘରକୁ ୨୦୧୦ ମସିହାରେ ନିର୍ମାଣ କରିଥିଲେ। ଏହାକୁ ନେଇ ଦେଶ ତଥା ଦେଶ ବାହାରେ ଲୋକେ ଖୁବ ଚର୍ଚ୍ଚା କରିଥିଲେ। ଏମିତି କି ଆଣ୍ଟିଲିଆକୁ ଦେଖିବା ପାଇଁ ଘର ସାମ୍ନାରେ ଲୋକଙ୍କ ଭିଡ଼ ବି ଲାଗିଥିଲା। ଏବେ ବି ଅନେକ ଲୋକ ଆଣ୍ଟିଲିଆକୁ ଦେଖିବା ପାଇଁ ଭିଡ଼ ଜମାଇଥାଆନ୍ତି। ୨୭ମହଲା ବିଶିଷ୍ଟ ମୁକେଶଙ୍କ ଘରେ ୬ଟି ମହଲା କେବଳ ପାର୍କିଂ ପାଇଁ ରହିଛି। ଏକା ସହିତ ଏଠାରେ ୧୬୮ଟି କାର ପାର୍କିଂ ହୋଇପାରିବ। ମୁକେଶଙ୍କ ଆଣ୍ଟିଲିଆ ପାଖାପାଖି ୧୫ହଜାର କୋଟି ଟଙ୍କାରେ ନିର୍ମିତ ହୋଇଛି ବୋଲି କୁହାଯାଉଛି ।
ଏହି ୨୭ ମହଲା ବିଶିଷ୍ଟ ଘରର ବିଜୁଳି ବିଲ କେତେ ହେବ ଆପଣ ଜାଣନ୍ତି କି? ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଅମ୍ବାନୀ ପରିବାର ମାସକୁ ପ୍ରାୟ ୭୦ଲକ୍ଷ ଟଙ୍କାର ବିଜୁଳି ବିଲ ଦିଅନ୍ତି | ଏହା ସହ ଘରର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଅମ୍ବାନୀଙ୍କୁ ପ୍ରତି ମାସରେ ୨.୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ |