Sun. Feb 23rd, 2025

କଳା ଜ୍ୟାକେଟ୍‌ ପିନ୍ଧିଥିବାରୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଛଡ଼ାଗଲା ନାହିଁ ୩ ବର୍ଷିୟ ବାଳକକୁ

1 min read
Spread the love

ନୂଆଦିଲ୍ଲୀ: କଳା ଜ୍ୟାକେଟ୍‌ ପିନ୍ଧିଥିବାରୁ ମଙ୍ଗଳବାର ଦିନ ଗୋଟିଏ ସାନ ପିଲାକୁ ଆସାମର ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍‌ଙ୍କ କାର୍ଯ୍ୟକ୍ରମକୁ ଛଡ଼ା ଯାଇ ନ ଥିବା ଅଭିଯୋଗ ହୋଇଛି।

ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏକ ଫୁଟେଜ୍‌ରେ ଦେଖା ଯାଉଛି ବିଶ୍ୱନାଥ ଜିଲ୍ଲାରେ ସୋନୋଓ୍ଵାଲ୍‌ଙ୍କ କାର୍ଯ୍ୟକ୍ରମସ୍ଥଳୀକୁ ପ୍ରବେଶ କରିବା ପୂର୍ବରୁ ନିରାପତ୍ତା ରକ୍ଷୀଙ୍କ ନିର୍ଦେଶରେ ଜଣେ ୩ ବର୍ଷିୟ ବାଳକ ପିନ୍ଧିଥିବା କଳା ଜ୍ୟାକେଟ୍‌ ଓହ୍ଲାଇ ଦିଆ ଯାଉଛି। ଏହି କଥାକୁ ସର୍ବସାଧାରଣ ତୀବ୍ର ସମାଲୋଚନା କରିବାରୁ ମୁଖ୍ୟମନ୍ତ୍ରୀ ପୁଲିସ ତଦନ୍ତାଦେଶ ଦେଇଛନ୍ତି।

ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ସହ ଆସାମର ସ୍ଥାନୀୟ ଟିଭି ନିଉଜ୍‌ ଚାନେଲ୍‌ଗୁଡ଼ିକରେ ପ୍ରସାରିତ ହୋଇଛି।

ପିଲାଟିର ମାଆ କହୁଛନ୍ତି: ମୋ ତିନି ବର୍ଷିଆ ପିଲାଟି କଳା ରଙ୍ଗର ଜ୍ୟାକେଟ୍‌ ପିନ୍ଧିଥିଲା। ନିରାପତ୍ତା କର୍ମଚାରୀମାନେ ତାକୁ ସଭାସ୍ଥଳୀକୁ ଛାଡ଼ିଲେ ନାହିଁ। ତା’ ଜ୍ୟାକେଟ୍‌ ଓହ୍ଲାଇବାକୁ ମତେ ସେମାନେ କହିଲେ।

ଥଣ୍ଡା ସକାଳେ ଜ୍ୟାକେଟ୍‌ ଖୋଲି ଦେବା ପରେ ବିଚରା ପିଲାଟି ଦେହରେ ଥିଲା ସୂତା ଗଞ୍ଜି ଖଣ୍ଡେ।

ପ୍ରତିବାଦ ସ୍ୱରୂପ ପିଲାଟିକୁ କଳାରଙ୍ଗର ଜ୍ୟାକେଟ୍‌ ପିନ୍ଧା ଯାଇଥିବା କଥା ନିରାପତ୍ତା ରକ୍ଷୀଙ୍କ ମନକୁ ଆସିଥିଲା।

ନାଗରିକ ସଂଶୋଧନ ବିଲ୍‌ ଯୋଗୁଁ ଆସାମରେ ବ୍ୟାପକ ପ୍ରତିବାଦ ଚାଲିଛି।

Copyright © All rights reserved.