ଶିଳ୍ପ ଜଗତକୁ ଆମନ୍ତ୍ରଣ: ‘ମେକ୍ ଇନ୍ ଓଡ଼ିଶା’
1 min readଭୁବନେଶ୍ବର : ରାଜ୍ୟ ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ମେକ୍ ଇନ୍ ଓଡ଼ିଶା ଆୟୋଜନ ହେବାକୁ ଆହୁରି ଏକ ବର୍ଷ ପାଖାପାଖି ସମୟ ବାକି ଥିବା ବେଳେ ଏଥିରେ ଭାଗ ନେବା ଲାଗି ଶିଳ୍ପ ଜଗତକୁ ଆଜି ଆଗୁଆ ଆମନ୍ତ୍ରଣ କରାଯାଇଛି। ଆଜି ଠାରୁ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୧୯ ଉଦ୍୍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ଜଗତକୁ ଏହି ଆମନ୍ତ୍ରଣ କରିଛନ୍ତି।
ସେ କହିଛନ୍ତି, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍କୁ ଆୟୋଜନ କରିବା ଲାଗି ଓଡ଼ିଶା ସରକାରଙ୍କ ସହ କାର୍ଯ୍ୟ କରିବା ପାଇଁ ମୁଁ ଆପଣମାନଙ୍କୁ ଆମନ୍ତ୍ରଣ କରୁଛି। ଏହି କନ୍କ୍ଲେଭ୍ ବେଶ ସଫଳତା ହାସଲ କରିଛି। ଅତୀତରେ ଏହା ଜରିଆରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ସେଥି ମଧ୍ୟରୁ ୯୧ଟି ପ୍ରସ୍ତାବ ମଞ୍ଜୁର ହୋଇଥିବା ବେଳେ ଅନ୍ୟ ପ୍ରସ୍ତାବଗୁଡ଼ିକ ମଞ୍ଜୁରି ହାସଲ କରିବାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏହି କନ୍କ୍ଲେଭ୍ର ପରବର୍ତ୍ତି ସଂସ୍କରଣ ଆସନ୍ତା ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ।