Fri. Nov 22nd, 2024

ମାର୍ଚ ସୁଦ୍ଧା ବିକ୍ରି ହେବ ଏୟାର ଇଣ୍ଡିଆ ଓ ଭାରତ ପେଟ୍ରୋଲିୟମ୍: ଅର୍ଥମନ୍ତ୍ରୀଙ୍କ ସୂଚନା

1 min read
Spread the love

ନୂନୂଆଦିଲ୍ଲୀ: ଆସନ୍ତା ୨୦୨୦ ମାର୍ଚ ଶେଷ ସୁଦ୍ଧା ଦୁଇ ସରକାରୀ କଂପାନି ଏୟାର ଇଣ୍ଡିଆ ଓ ଭାରତ ପେ‌‌ଟ୍ରୋଲିୟମ୍‌କୁ ବିକ୍ରି କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି। ଇଂରାଜୀ ସମ୍ବାଦପତ୍ର ଟାଇମସ୍‌ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ନିର୍ମଳା କହିଛନ୍ତି, ଆମେ ଆଶା କରୁଛୁ ଏହି ଦୁଇ କଂପାନିର ବିକ୍ରି ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ଶେଷ ହୋଇଯିବ। ଏୟାର ଇଣ୍ଡିଆକୁ ନେଇ ନିବେଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି ବୋଲି ସେ କହିଛନ୍ତି।

ଉଭୟ ଏୟାର ଇଣ୍ଡିଆ ଓ ଭାରତ ପେଟ୍ରୋଲିୟମ୍ ଋଣ ବୋଝରେ ବୁଡ଼ି ରହିଛନ୍ତି। ଏହି ଦୁଇ କଂପାନି ଉପରେ ୫୮ ହଜାର କୋଟି ଟଙ୍କାର ଋଣ ରାଶି ବକେୟା ରହିଛି। ପୂର୍ବରୁ ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ସରକାର ଅନେକ ପ୍ରୟାସ କରିଥିଲେ ମଧ୍ୟ ସଫଳତା ପାଇନାହାନ୍ତି। ପୁଞ୍ଜି ପ୍ରତ୍ୟାହାରକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ଏହି ପ୍ରକ୍ରିୟାରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ତାହାକୁ କ୍ୟାବିନେଟ୍‌ର ଅନୁମୋଦନ ମଧ୍ୟ ମିଳିସାରିଛି। ସରକାରୀ କଂପାନି ନିଲାମ ପାଇଁ ବିଭିନ୍ନ ଦେଶରେ ଆୟୋଜନ କରାଯାଉଥିବା ରୋଡ୍ ସୋ’ ଅବସରରେ ନିଲାମରେ ଭାଗ ନେବାକୁ ଥିବା ସମ୍ଭାବ୍ୟ କଂପାନିଗୁଡ଼ିକର କଥାକୁ ସରକାର ଶୁଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହା ହେଲେ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ୍‌ (ଆଗ୍ରହ ପ୍ରକାଶ) ଦାଖଲ କରିବା ପୂର୍ବରୁ କଂପାନିଗୁଡ଼ିକର ସମସ୍ୟା ସମାଧାନ ହୋଇପାରିବ ବୋଲି ସରକାର ଭାବୁଛନ୍ତି।ଆଦିଲ୍ଲୀ: ଆସନ୍ତା ୨୦୨୦ ମାର୍ଚ ଶେଷ ସୁଦ୍ଧା ଦୁଇ ସରକାରୀ କଂପାନି ଏୟାର ଇଣ୍ଡିଆ ଓ ଭାରତ ପେ‌‌ଟ୍ରୋଲିୟମ୍‌କୁ ବିକ୍ରି କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି। ଇଂରାଜୀ ସମ୍ବାଦପତ୍ର ଟାଇମସ୍‌ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ନିର୍ମଳା କହିଛନ୍ତି, ଆମେ ଆଶା କରୁଛୁ ଏହି ଦୁଇ କଂପାନିର ବିକ୍ରି ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ଶେଷ ହୋଇଯିବ। ଏୟାର ଇଣ୍ଡିଆକୁ ନେଇ ନିବେଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି ବୋଲି ସେ କହିଛନ୍ତି।

ଉଭୟ ଏୟାର ଇଣ୍ଡିଆ ଓ ଭାରତ ପେଟ୍ରୋଲିୟମ୍ ଋଣ ବୋଝରେ ବୁଡ଼ି ରହିଛନ୍ତି। ଏହି ଦୁଇ କଂପାନି ଉପରେ ୫୮ ହଜାର କୋଟି ଟଙ୍କାର ଋଣ ରାଶି ବକେୟା ରହିଛି। ପୂର୍ବରୁ ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ସରକାର ଅନେକ ପ୍ରୟାସ କରିଥିଲେ ମଧ୍ୟ ସଫଳତା ପାଇନାହାନ୍ତି। ପୁଞ୍ଜି ପ୍ରତ୍ୟାହାରକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ଏହି ପ୍ରକ୍ରିୟାରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ତାହାକୁ କ୍ୟାବିନେଟ୍‌ର ଅନୁମୋଦନ ମଧ୍ୟ ମିଳିସାରିଛି। ସରକାରୀ କଂପାନି ନିଲାମ ପାଇଁ ବିଭିନ୍ନ ଦେଶରେ ଆୟୋଜନ କରାଯାଉଥିବା ରୋଡ୍ ସୋ’ ଅବସରରେ ନିଲାମରେ ଭାଗ ନେବାକୁ ଥିବା ସମ୍ଭାବ୍ୟ କଂପାନିଗୁଡ଼ିକର କଥାକୁ ସରକାର ଶୁଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହା ହେଲେ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ୍‌ (ଆଗ୍ରହ ପ୍ରକାଶ) ଦାଖଲ କରିବା ପୂର୍ବରୁ କଂପାନିଗୁଡ଼ିକର ସମସ୍ୟା ସମାଧାନ ହୋଇପାରିବ ବୋଲି ସରକାର ଭାବୁଛନ୍ତି।

Copyright © All rights reserved.